Samsung ସ୍ମାର୍ଟଫୋନ ପ୍ରେମୀଙ୍କ ପାଇଁ ଖୁସି ଖବର, ଅଧାରୁ ଅଧିକ କମିଲା ଦାମ

ଓଡିଶା ଭାସ୍କର: ସାମସାଙ୍ଗର ପ୍ରିମିୟମ ସ୍ମାର୍ଟଫୋନ Samsung Galaxy S23 5G କିଣିବାର ଆସିଲା ଜମାଣିଆ ସୁଯୋଗ । ଯଦି ଆପଣ ୫-୬ ବର୍ଷ ପାଇଁ ଧମାକାଦାର ପରଫର୍ମାନ୍ସ ଚାହୁଁଛନ୍ତି ତେବେ ସାମସଙ୍ଗ ଆପଣଙ୍କ ପାଇଁ ବେଷ୍ଟ ଚଏସ ହେବ । ଏହି ଫୋନର ଦାମ ଏକ ଲକ୍ଷରୁ ଅଦିକ ଥିବା ବେଳେ ବର୍ତ୍ତମାନ ଏହାର ଦାମ ବହୁତ କମ ରହିଛି । ଫେଷ୍ଟିଭ ଅଫର ପରେ ମଧ୍ୟ ଧମାକାଦାର ଅଫର ଦେଉଛି କମ୍ପାନୀ ।

Samsung Galaxy S23 5G ସ୍ନାପ ଡ୍ରାଗନ ୮ ଜେନ ୨ ପ୍ରୋସେସର ସହ ଆସୁଛି, ଯେଉଁଥିରେ ଆପଣଙ୍କୁ ଡେଲି ରୁଟିନ ସହ ମଲ୍ଟି ଟକିଂର ସୁବିଧା ରହିଛି । ଏହାକୁ ସ୍ମାର୍ଟ ଫୋନ ଶ୍ରେଣୀରେ ପରିଗଣିତ କରାଯାଇଛି । ଇକମର୍ସ ୱେବସାଇଟ ଫ୍ଲିପକାର୍ଟ ତାର ଗ୍ରାହକଙ୍କ ପାଇଁ Samsung Galaxy S23 5G ରେ ବଡ ଧରଣର ଡିସ୍କାଉଣ୍ଟ ଦେଉଛି । ଏବେ ଫ୍ଲିପକାର୍ଟରେ Samsung Galaxy S23 5G  ର  256GB ଭାରିଆଣ୍ଟ ୯୫,୯୯୯ ଟଙ୍କାରେ ତାଲିକାଭୂକ୍ତ ହୋଇଛି । ଅର୍ଥାତ୍ ଏବେ ଏହାକୁ ଅଧାରୁ କମ ଦାମରେ କିଣିହେବ ।

ଫ୍ଲିପକାର୍ଟ ଏବେ ଏହି ଫୋନର ଦାମ ୪୪,୯୯୯ ଟଙ୍କାରେ ବିକ୍ରି କରୁଛି । ଫ୍ଲାଟ ଡିସ୍କାଉଣ୍ଟ ଅଫର ସହ ଏଥିରେ ଜମାଣିଆ ଅଫର ମଧ୍ୟ ରହିଛି । ପୁରୁଣା ସ୍ମାର୍ଟ ଫୋନ ଏକ୍ସଜେଞ୍ଜରେ ଦେବାକୁ ହେବ ୪୩ହଜାର ଟଙ୍କା ।