fbpx

ସମୁଦ୍ରକୁ ଓହ୍ଲାଇଲା ଋଷର ନ୍ୟୁକ୍ଲିୟର ବୁଡ଼ାଜାହାଜ, ପରମାଣୁ ଯୁଦ୍ଧ ନେଇ ବଢ଼ିଲା ବିପଦ!

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଏକମାସ ପୂରିଛି । ଏବେବି ଆକ୍ରମଣ ଜାରି ରହିଛି । ଆକ୍ରମଣ ବନ୍ଦ ହେବାର ନାଁ ନେଉ ନାହିଁ । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ପରମାଣୁ ବଳକୁ ଆଲର୍ଟ ରହିବାକୁ କହିବାର କିଛି ଘଣ୍ଟା ପରେ ଋଷ ନିଜ ନ୍ୟୁକ୍ଲିୟର ବୁଡ଼ାଜାହାଜକୁ ସମୁଦ୍ରକୁ ଓହ୍ଲାଇଛି । ଯାହାପରେ ନ୍ୟୁକ୍ଲିୟର ଯୁଦ୍ଧକୁ ନେଇ ଆଶଙ୍କା ବଢ଼ିଛି ।

ସୂଚନାଯୋଗ୍ୟ,ୠଷର ପରମାଣୁ ବୁଡ଼ା ଜାହାଜ ଏକା ସାଙ୍ଗରେ ୧୬ ବାଲିଷ୍ଟିକ ମିସାଇଲ ନେବା ପାଇଁ ସକ୍ଷମ । ଏହି ବୁଡ଼ାଜାହାଜକୁ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଓହ୍ଲାଇଛି । ଋଷର ଏହି ପଦକ୍ଷେପକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ କ୍ରେମାଲିନ ନିଜର ସ୍ଥିତି ମଜବୁତ କରିବା ପାଇଁ କିଛିବି କରିପାରେ । ବିଶେଷଜ୍ଞ କହିଛନ୍ତି ଯେ ପୁଟିନ ଆକ୍ରମଣାତ୍ମକ ରଣନୀତି ପାଇଁ ନ୍ୟୁକ୍ଲିୟର ଧମକ ଦେଉଛନ୍ତି । ଏଭଳି ସେ ୨୦୧୪ ରେ କ୍ରୀମିୟା ଯୁଦ୍ଧ ସମୟରେ ମଧ୍ୟ କରିଥିଲେ ।

ରିପୋର୍ଟ ଅନୁଯାୟୀ ଋଷ ୩ ମାର୍ଚ୍ଚଠାରୁ ଏହାର ନ୍ୟୁକ୍ଲିୟର ହତିଆରକୁ ହାଇ ଆଲର୍ଟରେ ରଖିଛି । ମସ୍କୋ ୨୨ ମାର୍ଚ୍ଚ ରେ ନାଟୋକୁ ଧମକ ଦେଇ କହିଥିଲା ଯେ ଯଦି ନାଟୋ ସୀମା ଲଙ୍ଘିବାକୁ ଚେଷ୍ଟା କରେ ତେବେ ଋଷ ନ୍ୟୁକ୍ଲିୟର ଆକ୍ରମଣ କରିବାକୁ ପଛାଇବ ନାହିଁ । କ୍ରେମାଲିନ୍ ପ୍ରବକ୍ତା ଦିମିତ୍ରୀ ପେକ୍ସୋଭ କହିଥିଲେ ଯେ ଯଦି ଋଷ ସାମ୍ନାରେ ଅସ୍ତିତ୍ୱକୁ ନେଇ ବିପଦ ଆସେ ତେବେ ନ୍ୟୁକ୍ଲିୟର ହତିଆର ବ୍ୟବହାର ହେବ ।

ତେବେ ରିପୋର୍ଟ ଅନୁଯାୟୀ ନ୍ୟୁକ୍ଲିୟର ଜାହାଜ ଗୁଡ଼ିକ ଋଷ ଫେରିଆସିଛନ୍ତି ଏବଂ ଏହାପରେ ପରିସ୍ଥିତି ସାମାନ୍ୟ ରହିଛି । କିନ୍ତୁ ୠଷର ଏହି ପଦକ୍ଷେପ ପରେ ପଶ୍ଚିମ ଦେଶକୁ ଗୁଇନ୍ଦା ସଂସ୍ଥାମାନେ କ୍ରେମାଲିନର ନ୍ୟୁକ୍ଲିୟର ହତିଆର ଉପରେ କଡ଼ା ନଜର ରଖିଛନ୍ତି ।

Get real time updates directly on you device, subscribe now.