fbpx

କୃଷକଙ୍କ ପ୍ରସଙ୍ଗରେ ପୁଣି ଥରେ କେନ୍ଦ୍ର ବିରୋଧରେ ବିକ୍ଷୋଭ କରିବ ‘ସଂଯୁକ୍ତ କୃଷକ ମୋର୍ଚ୍ଚା’

ନୂଆଦିଲ୍ଲୀ: ପୁଣି ଥରେ କେନ୍ଦ୍ର ବିରୋଧରେ ବିକ୍ଷୋଭ କରିବ ସଂଯୁକ୍ତ କୃଷକ ମୋର୍ଚ୍ଚା । ଏନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍କେଏମ୍) ବୁଧବାର ଦିଲ୍ଲୀର ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ ‘ପୁଣି ଥରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ଆରମ୍ଭ କରିବୁ’ । ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଗ୍ୟାରେଣ୍ଟି, ଫସଲ ବୀମା ଏବଂ ଋଣ ଛାଡ଼ ଭଳି ବିଚାରାଧୀନ ଦାବିଗୁଡ଼ିକର ସମାଧାନ ପାଇଁ ଆନ୍ଦୋଳନ କରାଯିବ ବୋଲି ଏସକେଏମ୍ କହିଛି ।

ଏସ୍କେଏମ୍ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ସେମାନଙ୍କ ପ୍ରତିନିଧି ଦଳ ଜୁଲାଇ ୧୬, ୧୭ ଓ ୧୮ ତାରିଖରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦଙ୍କୁ ଭେଟି ସେମାନଙ୍କୁ ଏକ ନୂତନ ଦାବି ତାଲିକା ପ୍ରଦାନ କରିବେ । ଏହା ସହ ଏନଡିଏ ସରକାର ଉପରେ ଚାପ ପକାଇବାକୁ ଅନୁରୋଧ କରିବେ । ଏସ୍କେଏମ୍ ନେତୃତ୍ୱ କହିଛନ୍ତି ଯେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହ ସମୟ ମାଗିବେ ଏବଂ ଏ ସଂକ୍ରାନ୍ତରେ ସେମାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବେ ।

Get real time updates directly on you device, subscribe now.