fbpx

ଶ୍ରୀଲଙ୍କା କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ନିଯୁକ୍ତି ପାଇଲେ ସନତ ଜୟସୁରିୟା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଓପନର ତଥା ହାର୍ଡ ହିଟର ସନତ ଜୟସୁରିୟାଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ । ଜୟସୁରିୟାଙ୍କୁ ଶ୍ରୀଲଙ୍କା କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ଜୟସୁରିୟା ଶ୍ରୀଲଙ୍କାର ଅନ୍ତରୀଣ ମୁଖ୍ୟ କୋଚ ଭାବେ କାର୍ଯ୍ୟ କରୁଥିବେ ବେଳେ ସେହି ଅବଧିରେ ଶ୍ରୀଲଙ୍କା ବେଶ୍ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା । ଶ୍ରୀଲଙ୍କା ଏକାଧିକ ସିରିଜରେ ବିଜୟ ହାସଲ କରିଥିଲା । ଏହାପରେ ଜୟସୁରିୟାଙ୍କୁ ଏବେ ସ୍ଥାୟୀ ଭାବେ ମୁଖ୍ୟ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି ।

ନିକଟରେ ସମାପ୍ତ ହୋଇଥିବା ଭାରତ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଜୟସୁରିୟା ଅନ୍ତରୀଣ ମୁଖ୍ୟ କୋଚ ଭୂମିକା ତୁଲାଇଥିଲେ । ଏବେ ସେ ସ୍ଥାୟୀ ଭାବେ ଏହି ପଦରେ କାର୍ଯ୍ୟ କରିବେ । ଚଳିତ ଅକ୍ଟୋବର ମାସ ୧ ତାରିଖରୁ ୨୦୨୬ ମସିହା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜୟସୁରିୟା ଏହି ଦାୟିତ୍ୱରେ ରହିବେ । ଶ୍ରୀଲଙ୍କା କ୍ରିକେଟ ରାଷ୍ଟ୍ରୀୟ ଟିମର ମୁଖ୍ୟ କୋଚ ଭାବେ ଜୟସୁରିୟାଙ୍କ ନିଯୁକ୍ତି ନେଇ ଶ୍ରୀଲଙ୍କା କ୍ରିକେଟ ଟିମ୍ ପକ୍ଷରୁ ସୋସିଆଲ ମିଡ଼ିଆରେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.