fbpx

‘ଜଣେ ନାଗରିକ ନିଜ ଦେଶକୁ ଭଲ ପାଇବା ଉଚିତ ନୁହେଁ କି?’ ସନାତନ ଧର୍ମ ଉପରେ ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ନୂଆଦିଲ୍ଲୀ: ସନାତନ ଧର୍ମ ସମ୍ବଧିତ ଏକ ମାମଲାର ଶୁଣାଣୀ କରି ମାଡ୍ରାସ ହାଇକୋର୍ଟ ଏକ ବଡ଼ ବୟାନ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ସନାତନ ଧର୍ମ ଶାସ୍ୱତ କର୍ତ୍ତବ୍ୟର ଏକ ସମୁହ ଅଟେ, ଯାହାକୁ ଏକ ବିଶେଷ ସାହିତ୍ୟରେ ଖୋଜା ଯାଇ ପାରିବ ନାହିଁ । ଏଥିରେ ସମସ୍ତ ପ୍ରକାର ଦାୟିତ୍ୱ ରହିଛି, ତାହା ଦେଶ ପାଇଁ ହେଉ, ରାଜାଙ୍କୁ ତାଙ୍କର ପ୍ରଜାଙ୍କ ପାଇଁ ହେଉ କିମ୍ବା ପିତାମାତା ଏବଂ ଶିକ୍ଷକମାନଙ୍କ ପାଇଁ ହେଉ ଏବଂ ଅନ୍ୟାନ୍ୟ ଅନେକ କାର୍ଯ୍ୟ ମଧ୍ୟ ଜଡିତ ।

‘ଲାଇଭ୍ ଲ’ ରିପୋର୍ଟ ଅନୁସାରେ ଥିରୁ ବୀର ସରକାର କଲେଜ ପ୍ରୀନ୍ସିପାଲ୍ ଏକ ସର୍କୁଲାର ଜାରି କରିଥିଲେ, ଯେଉଁଥିରେ କଲେଜ ଛାତ୍ର ମାନଙ୍କୁ ତାମିଲନାଡୁର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଅନ୍ନାଦୁରାଇଙ୍କ ଜୟନ୍ତୀ ଅବସରରେ ସନାତନ ଧର୍ମ ବିରୋଧ ବିଷୟରେ ନିଜର ମତ ରଖିବାକୁ କୁହାଯାଇଥିଲା । ପରେ ଏହି ସର୍କୁଲାରକୁ ନେଇ ହାଇକୋର୍ଟରେ ପିଟିସନ ଦାୟର ହୋଇଥିଲା, ଯାହାର ଶୁଣାଣି ସମୟରେ ବିଚାରପତି ଏନ୍ ଶେଷଶାୟୀ ଏହି ସମସ୍ତ କଥା କହିଥିଲେ ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ସମ୍ବିଧାନର ଅନୁଛେଦ(୧୯)(୧) ସମସ୍ତ ବ୍ୟକ୍ତିଙଯକୁ ନିଜର ଭାବନା ପ୍ରକାଶ ପାଇଁ ସ୍ୱାଧିନତା ଦେଇଥାଏ, କିନ୍ତୁ ସମସ୍ତ ଧର୍ମ ଆସ୍ଥା ଉପରେ ଆଧାରିତ ଅଟେ । ତେଣୁ ଯେତେବେଳେ ଧର୍ମ ସହ ଜଡିତ ପ୍ରସଙ୍ଗରେ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରୟୋଗ କରାଯାଏ, ସେତବେଳେ ଧ୍ୟାନ ଦେବା ଆବଶ୍ୟକ ଯେ ଏଥିରେ କାହାର ଆସ୍ଥା ଆଘାତ ନହୁଏ । ମାଡ୍ରାସ ହାଇକୋର୍ଟ ଆହୁରି କହିଛନ୍ତି ଯେ ମୁକ୍ତ ଭାଷଣ ଘୃଣ୍ୟ ଭାଷଣ ହୋଇପାରିବ ନାହିଁ । ଏହା ସହିତ ଜଷ୍ଟିସ୍ ଏନ ଶେଷଶାୟୀ କହିଛନ୍ତି ଯେ ଜଣେ ନାଗରିକ ନିଜ ଦେଶକୁ ଭଲ ପାଇବା ଉଚିତ୍ ନୁହେଁ କି ଏବଂ ତାଙ୍କ ଦେଶର ସେବା କରିବା ତାଙ୍କର କର୍ତ୍ତବ୍ୟ ନୁହେଁ କି? ପିତାମାତାଙ୍କର ଯତ୍ନ ନେବା ଉଚିତ ନୁହେଁ କି?

Get real time updates directly on you device, subscribe now.