ପ୍ରୟାଗରାଜ: ଜାନୁଆରୀ ୧୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାରେ ୩୧.୪୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀର ୧୯୫ଟି ଦେଶ ମଧ୍ୟରୁ ୧୯୨ଟି ଦେଶର ଜନସଂଖ୍ୟା ୩୦ କୋଟିରୁ କମ୍।
ଏହି ସବୁ ଦେଶର ତାଲିକାରେ ପାକିସ୍ତାନ ମଧ୍ୟ ସାମିଲ ରହିଛି। ଇଣ୍ଡୋନେସିଆ ଏବଂ ପାକିସ୍ତାନ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ଚତୁର୍ଥ ଏବଂ ପଞ୍ଚମ ବୃହତ୍ତମ ଦେଶ, ଉଭୟଙ୍କ ଜନସଂଖ୍ୟା ୩୦ କୋଟିରୁ କମ୍ ।
ସେପଟେ ମାତ୍ର ୧୯ ଦିନ ମଧ୍ୟରେ ପାକିସ୍ତାନର ଜନସଂଖ୍ୟା ଠାରୁ ଅଧିକ ଶ୍ରଦ୍ଧାଳୁ ଏହି ସଙ୍ଗମସ୍ଥଳରେ ସ୍ନାନ କରିଛନ୍ତି ।
ବସନ୍ତ ପଞ୍ଚମୀ ବେଳକୁ ୩୫ କୋଟି ଶ୍ରଦ୍ଧାଳୁ ସ୍ନାନ କରିପାରିବେ
ଇଣ୍ଡୋନେସିଆର ଜନସଂଖ୍ୟା ୨୮ କୋଟି ଥିବା ବେଳେ ପାକିସ୍ତାନର ଜନସଂଖ୍ୟା ୨୫.୩୫ କୋଟି। ସଙ୍ଗମରେ ସ୍ନାନ କରୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଆଧାର କରି ଅନୁମାନ କରାଯାଏ ଯେ ତୃତୀୟ ସାହିସ୍ନାନ ବେଳକୁ ସ୍ନାନ କରୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୩୫ କୋଟିରେ ପହଞ୍ଚିପାରେ।
ଯଦି ଏହା ହୁଏ, ତେବେ ସଙ୍ଗମରେ ଗାଧୋଇବାକୁ ଯାଉଥିବା ଲୋକଙ୍କ ସଂଖ୍ୟା ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟାଠାରୁ ଅଧିକ ହେବ। ସୂଚନାଯୋଗ୍ୟ, ବିଶ୍ୱର ତୃତୀୟ ସର୍ବାଧିକ ଜନବହୁଳ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟା ୩୪.୬୪ କୋଟି।
ମହାକୁମ୍ଭ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ
ମହାକୁମ୍ଭ ୨୦୨୫ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ଦାବି କରିଥିଲେ ଯେ ଏଥର ପ୍ରୟାଗରାଜରେ ୪୦ କୋଟିରୁ ଅଧିକ ଲୋକ ପହଞ୍ଚିପାରିବେ। ସୂଚନାଯୋଗ୍ୟ, ମହାକୁମ୍ଭ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।
ଫେବ୍ରୁଆରି ୩ରେ ବସନ୍ତ ପଞ୍ଚମୀ, ଫେବ୍ରୁଆରି ୧୨ରେ ମାଘୀ ପୂର୍ଣ୍ଣିମା ଓ ଫେବ୍ରୁଆରି ୨୬ରେ ମହାଶିବରାତ୍ରୀରେ ସ୍ନାନ ହେବ। ଫେବ୍ରୁଆରି ୨୬ ସୁଦ୍ଧା ପ୍ରାୟ ୧୨ରୁ ୧୫ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ପହଞ୍ଚିପାରନ୍ତି ବୋଲି ଆକଳନ କରାଯାଇଛି।