fbpx

ସଞ୍ଜୟ ଜୟସ୍ୱାଲ ଲୋକସଭାର ମୁଖ୍ୟ ସଚେତକ ନିଯୁକ୍ତ: ୧୬ ସାଂସଦଙ୍କୁ ସଚେତକ ଭାବେ ଦାୟିତ୍ୱ ଦେଲା ବିଜେପି

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଚାଲିଥିବା ବେଳେ ଏହି ଅବସରରେ ବିଜେପି ମୁଖ୍ୟ ସଚେତକ ଓ ସଚେତକ ଭାବେ କିଛି ସାଂସଦଙ୍କୁ ନିଯୁକ୍ତି ଦେଇଛି । ବିହାରର ଚମ୍ପାରଣ ଲୋକସଭା ଆସନର ସାଂସଦ ଡା. ସଞ୍ଜୟ ଜୟସ୍ୱାଲଙ୍କୁ ବିଜେପି ଲୋକସଭାର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛି । ଏଥିସହିତ ଦଳ ତରଫରୁ ୧୬ ଜଣ ସାଂସଦଙ୍କୁ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି । ବିଜେପି ପକ୍ଷରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟକୁ ପଠାଇଥିବା ପତ୍ରରେ ଏହି ନିଯୁକ୍ତି ବାବଦରେ ସୂଚନା ଦିଆଯାଇଛି ।

ଲୋକସଭାରେ ବିଜେପି ଯେଉଁ ସାଂସଦମାନଙ୍କୁ ସଚେତକ ଭାବେ ନିଯୁକ୍ତି ଦେଇଛି ସେମାନଙ୍କ ମଧ୍ୟରେ ଦିଲୀପ ସୌକିୟା, ଗୋପାଲଜୀ ଠାକୁର, ସନ୍ତୋଷ ପାଣ୍ଡେୟ, କମଲଜୀତ ସେହରାବତ, ଧବଲ ଲକ୍ଷ୍ମଣଭାଈ ପଟେଲ, ଜୁଗଲ କିଶୋର ଶର୍ମା, ଦେବୁସିଂହ ଚୌହାନ, କୋଟା ଶ୍ରୀନିବାସ ପୂଜାରୀ, ସୁଧୀର ଗୁପ୍ତା, ସ୍ମିତା ଉଦୟ ବାଘ,ଚ ଅନନ୍ତା ନାୟକ, ଦାମୋଦର ଅଗ୍ରୱାଲ, କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡୀ, ସତୀଷ କୁମାର ଗୌତମ, ଶଶାଙ୍କ ମଣି ଓ ଖଗେନ ମୁର୍ମୂ ସାମିଲ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ହ୍ୱିପ ଓ ଚିଫ୍ ହ୍ୱିପ ସଂସଦୀୟ କାର୍ଯ୍ୟବାହୀ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ଦଳର ସାଂସଦଙ୍କୁ ଏକଜୁଟ କରି ରଖିବା ଓ ଗୁରୁତ୍ୱପୂର୍ଣ୍ଣ ବିଲ ଉପରେ ଚର୍ଚ୍ଚା ସମୟରେ ଉପସ୍ଥିତ ରହିବାକୁ ଏହି ଦାୟିତ୍ୱରେ ରହିଥିବା ନେତାଙ୍କର ଦାୟିତ୍ୱ ହୋଇଥାଏ । ଯେତେବେଳେ କୌଣସି ପାର୍ଟି ହ୍ୱିପ୍ ଜାରି କରିଥାଏ, ସେହି ସମୟରେ ସମସତ ସଦସଙ୍କୁ ଏହାକୁ ମାନିବାକୁ ପଡ଼ିଥାଏ । ପାର୍ଟି ହ୍ୱିପ୍ ଜାରି କରି ଦଳୀୟ ପ୍ରାର୍ଥୀଙ୍କୁ କ୍ରସ ଭୋଟିଂରୁ ରୋକିବାକୁ ପ୍ରୟାସ କରିଥାଏ । ଯଦି କୌଣସି ସଦସ୍ୟ ହ୍ୱିପକୁ ପାଳନ ନକରନ୍ତି, ତେବେ ତାଙ୍କର ସଦସ୍ୟତା ବିପଦ ଘେରକୁ ଚାଲିଆସିଥାଏ । ଦଳ-ବଦଳ ଆଇନ ଅନୁସାରେ ସେ ଅଯୋଗ୍ୟ ଘୋଷିତ ହୋଇପାରନ୍ତି ।

Get real time updates directly on you device, subscribe now.