fbpx

ବିବାହର ୯ ବର୍ଷ ପରେ ଅଲଗା ହେଲେ ଷ୍ଟାର କପଲ; ମା’ କୁ ମିଳିଲା ଝିଅର ଦାୟିତ୍ୱ

ମୁମ୍ବାଇ: ଲୋକପ୍ରିୟ ଟିଭି କଳାକାର ଆମିର ଅଲ୍ଲୀ ଏବଂ ସଞ୍ଜୀଦା ଶେଖ୍ ଅଲଗା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ନେଇ କୁହାଯାଇଛି । ଉଭୟଙ୍କ ମଧ୍ୟରେ କିଛି ଠିକ୍ ନଥିବା ନେଇ ଅନେକ ସମୟରୁ ଚର୍ଚ୍ଚା ମଧ୍ୟ ହେଉଥିଲେ ବି ଉଭୟ କିନ୍ତୁ ଏନେଇ କେବେ କହିନଥିଲେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଉଭୟଙ୍କ ମଧ୍ୟରେ ୯ ମାସ ପୂର୍ବରୁ ଛାଡ଼ପତ୍ର ହୋଇସାରିଛି । ଏହାପରେ ଉଭୟ ନିଜ ନିଜ କ୍ୟାରିୟର ଆଗକୁ ବଢ଼ିଛନ୍ତି । ତେବେ ଉଭୟ ନିଜ ଛାଡ଼ପତ୍ରକୁ ସିକ୍ରେଟ ରଖିଛନ୍ତି । ସେପଟେ ଉଭୟଙ୍କ ୨ ବର୍ଷର କନ୍ୟା ସନ୍ତାନର ଦାୟିତ୍ୱ ନେବେ ସଞ୍ଜିଦା ଶେଖ୍ । ସଞ୍ଜିଦା ଏବେ ଛାଡ଼ପତ୍ର ପରେ ନିଜ ବାପ ଘରେ ରହୁଛନ୍ତି ।

ଉଲ୍ଲେଖଯୋଗ୍ୟ, ଆମରୀ ଅଲ୍ଲୀ ଏବଂ ସଞ୍ଜୀଦା ଶେଖ ପରସ୍ପରକୁ ଲମ୍ବା ସମୟ ଧରି ଡେଟ୍ କରିଥିଲେ, ପରେ ୨୦୧୨ ରେ ଉଭୟ ବିବାହ ମଧ୍ୟ କରିଥିଲେ । ବିବାହର ୭ ବର୍ଷ ପରେ ସରୋଗେସୀ ଦ୍ୱାରା ଉଭୟଙ୍କ ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା । ଯାହାର ନାମ ଆୟରା ରହିଛି । ତେବେ ୨୦୨୦ ରେ ସେମାନଙ୍କ ସମ୍ପର୍କରେ ତିକ୍ତତା ଥିବା ଖବର ଆସିଥିଲା । କୁହାଯାଉଥିଲା ଉଭୟ ଅଲଗା ମଧ୍ୟ ରହୁଛନ୍ତି । ଉଭୟ ଏକାସାଙ୍ଗରେ ଅନେକ ସୋ ରେ ନଜର ଆସିଥିଲେ ଡାନ୍ସ ରିଆଲିଟି ସୋ ‘ନଚ ବଲିଏ ୮’ ରେ ଭାଗ ମଧ୍ୟ ନେଇଥିଲେ ।

Get real time updates directly on you device, subscribe now.