ସଞ୍ଜୁ ସାମସନ ରଚିଲେ ଇତିହାସ, IPLରେ ରାଜସ୍ଥାନ ରୟାଲ୍ସ ପାଇଁ ଏପରି କରିବାରେ ହେଲେ ପ୍ରଥମ ଖେଳାଳି
ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲ ୨୦୨୫ର ସିଜନ କିଛି ଖାସ ନାହିଁ, ହେଲେ ସେ ଲିଗ୍ ଷ୍ଟେଜର ନିଜର ଶେଷ ମୟାଚ ଜିତିବାରେ ଅବଶ୍ୟ ସଫଳ ରହିଛି ।
ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଟିମ ଆଇପିଏଲ ୨୦୨୫ର ସିଜନରେ ନିଜର ସଫରର ଅନ୍ତ ବିଜୟ ସହ କରିଛି । ସେ ଲୀଗ ଷ୍ଟେଜରେ ୧୪ଟି ମୁକାବିଲାରେ ମାତ୍ର ୪ଟି ମ୍ୟାଚରେ ହିଁ ଜିତିବାରେ ସଫଳ ହୋଇଛି ।
ଚେନ୍ନାଇ ସୁପର କିଙ୍ଗସର ଟିମ ବିପକ୍ଷରେ ରାଜସ୍ଥାନ ରୟାଲ୍ସର ଟିମ ନିଜର ଶେଷ ଲିଗ ଷ୍ଟେଜର ମୁକାବିଲା ଖେଳିଛି, ଯେଉଁଥିରେ ସେ ୬ ୱିକେଟରେ ବିଜୟ ହାସଲ କରିବାରେ ସଫଳ ହୋଇଛି ।
ଏହି ମ୍ୟାଚରେ ରାଜସ୍ଥାନ ଟିମର କ୍ୟାପ୍ଟେନ ସଞ୍ଜୁ ସାମସନ ବ୍ୟାଟିଂରେ ଏକ ବଡ଼ କାରନାମ ମଧ୍ୟ କରିବାରେ ସଫଳତା ହାସଲ କରିଛନ୍ତି । ଏହା ପୂର୍ବରୁ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା କୌଣସି ଖେଳାଳି ଏପରି କରିପାରିନାହାନ୍ତି ।
ସଞ୍ଜୁ ରଚିଲେ ଇତିହାସ: ସଞ୍ଜୁ ସାମସନଙ୍କ ବ୍ୟାଟିଂରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ୩୧ ବଲରେ ୪୧ ରନର ଇଂନିସ ଦେଖିବାକୁ ମିଳିଥିଲା, ଯାହା ବଳରେ ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲରେ ଖେଳି ୪୦୦୦ ରନ ପୂରା କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି ।
ସଞ୍ଜୁ ଏପର୍ଯ୍ୟନ୍ତ ରାଜସ୍ଥାନ ପାଇଁ ଆଇପିଏଲରେ ସମୁଦାୟ ୧୪୯ ମୁକାବିଲା ଖେଳିସାରିଛନ୍ତି, ଯେଉଁଥିରେ ସେ ୩୧.୭୦ରେ ସମୁଦାୟ ୪୦୨୭ ରନ କରିଛନ୍ତି ଏବଂ ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ୍ ୧୪୧.୨୪ର ଦେଖିବାକୁ ମିଳିଛି । ସଞ୍ଜୁଙ୍କ ବ୍ୟାଟିଂରେ ୨ ଶତକୀୟ ଏବଂ ୨୩ ଅର୍ଦ୍ଦଶତକୀୟ ଇନିଂସ ଦେଖିବାକୁ ମିଳିଛି ।