fbpx

Sansad Ratna Awards 2024: ୫ ଜଣ ସାଂସଦ ପାଇବେ ପୁରସ୍କାର, ଜାଣନ୍ତୁ ଏଥିପାଇଁ କିଏ ସବୁ ମନୋନୀତ ହୋଇଛନ୍ତି

Advertisement

ନୂଆଦିଲ୍ଲୀ: ପ୍ରତିବର୍ଷ ଶ୍ରେଷ୍ଠ ପ୍ରଦର୍ଶନକାରୀ ସଂସଦୀୟମାନଙ୍କୁ ସେମାନଙ୍କ ପ୍ରଦର୍ଶନ ଆଧାରରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଏହି କ୍ରମରେ ଚଳିତ ବର୍ଷ ସଂସଦ ରତ୍ନ ପୁରସ୍କାର ପାଇଁ ନାମ ଘୋଷଣା ହୋଇଛି। ଏଥିପାଇଁ ଭାଜପାର ସୁକାନ୍ତ ମଜୁମଦାର ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ସମେତ ପାଞ୍ଚ ଜଣ ଲୋକସଭା ସଦସ୍ୟ ମନୋନୀତ ହୋଇଛନ୍ତି। ଏନେଇ ଆୟୋଜକମାନେ ରବିବାର ଏହି ଘୋଷଣା କରିଛନ୍ତି। ମନୋନୀତ ହୋଇଥିବା ଅନ୍ୟ ତିନିଜଣ ଏମ୍‌ପିଙ୍କ ମଧ୍ୟରେ ଭାଜପାର ସୁଧୀର ଗୁପ୍ତା, ଏନସିପିର ଅମୋଲ ରାମସିଂହ କୋଲହେ ଏବଂ କଂଗ୍ରେସର କୁଲଦୀପ ରାୟ ଶର୍ମା ଅଛନ୍ତି। ତେବେ ଚଳିତ ଫେବୃଆରୀ ୧୭ରେ ଜାତୀୟ ରାଜଧାନୀରେ ଏକ କାର୍ୟ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ରହିଛି।

 

Get real time updates directly on you device, subscribe now.