fbpx

ସଂସଦ ଭବନରେ ପର୍ଣ୍ଣ ଭିଡିଓ ଦେଖୁଥିଲେ ସାଂସଦ, ଏହି ସମୟରେ ହଠାତ୍ ପହଞ୍ଚିଗଲେ ଜଣେ ମହିଳା

ନୂଆଦିଲ୍ଲୀ: ଆଜିକାଲିର ଅନେକ ଯୁବପୀଢ଼ି ପର୍ଣ୍ଣ ଭିଡିଓର ନିଶାରେ କବଳିତ ହୋଇଥିବାର ଦେଖିବାକୁ ମିଳୁଛି । ତେବେ ବ୍ରିଟେନର ଜଣେ ସାଂସଦଙ୍କର ପର୍ଣ୍ଣ ନିଶା ସୀମା ଟପିଛି । ଥରେ ନୁହେଁ, ଦୁଇ ଦୁଇ ଥର ସାଂସଦ ଜଣଙ୍କ ପର୍ଣ୍ଣ ଦେଖୁଥିବା ଅବସ୍ଥାରେ ଧରାପଡ଼ିଛନ୍ତି । ବ୍ରିଟିଶ ସାଂସଦ ନୀଲ ପ୍ୟାରିଶ ସଂସଦ ଭବନରେ ପର୍ଣ୍ଣ ଦେଖୁଥିବା ବେଳେ ଜଣେ ମହିଳାଙ୍କ ହାବୁଡ଼ରେ ପଡ଼ିଥିଲେ । ସାଂସଦଙ୍କ ଏହି ହରକତକୁ ନେଇ ବିରୋଧୀମାନେ ସଂସଦ ଭବନର ହଙ୍ଗାମା କରିଥିଲେ । ଏହାପରେ ନୀଲଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ନୀଲ ହେଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କଞ୍ଜରଭେଟିଭ୍ ପାର୍ଟିର ଜଣେ ସାଂସଦ । ଗତ ୨୦୧୦ ମସିହାରୁ ନୀଲ ଲଗାତର ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ଏହି ଘଟଣାରେ ସେ ଇସ୍ତଫା ଦେବା ପରେ ଲାଇଭ ଟିଭିରେ କାନ୍ଦି ପକାଇଥିଲେ । ଏନେଇ ନୀଲ କହିଛନ୍ତି ଯେ, ମୁଁ ପ୍ରଥମ ଥର ପାଇଁ ଏକ ଟ୍ରାକ୍ଟର ୱେବସାଇଟ୍ ଦେଖୁଥିଲି । ମାତ୍ର ଏହି ସମୟରେ ହଠାତ୍ ପର୍ଣ୍ଣ ଉପରେ କ୍ଲିକ୍ ହୋଇଯାଇଥିଲା । ମାତ୍ର ଦ୍ୱିତୀୟ ଥର ମୁଁ ଜାଣିଶୁଣି ପର୍ଣ୍ଣ ଭିଡିଓ ଦେଖିଥିଲି । ପର୍ଣ୍ଣ ଦେଖିବା ଆଦୌ ଠିକ୍ ନୁହେଁ, ମୁଁ ମାନୁଛି ମୋର ଭୁଲ୍ ହୋଇଛି । ଏଭଳି ଭୁଲ୍ କରିଥିବାରୁ ମୁଁ ପଶ୍ଚାତାପ କରୁଛି ।

୬୫ ବର୍ଷୀୟ ନୀଲ ଗତ ୧୨ ବର୍ଷ ଧରି ବ୍ରିଟିଶ କଞ୍ଜରଭେଟିସ୍ ପାର୍ଟିର ସାଂସଦ ରହିଆସିଛନ୍ତି । ୨୦୦୯ ପର୍ଯ୍ୟନ୍ତ ସେ ୟୁରୋପୀୟ ସଂସଦର ସଦସ୍ୟ ରହିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ । ମାତ୍ର ଏହି ଭୁଲ୍ ପାଇଁ ବୋରିସଙ୍କ ପାର୍ଟିକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି । ଏହି ମାମଲାରେ ମିଡ଼ିଆର ଭିନ୍ନ ଭିନ୍ନ ପ୍ରଶ୍ନବାଣରେ ଦଳ ହରଣଘଣା ମଧ୍ୟକୁ ଠେଲି ହୋଇଯାଇଛି ।

Get real time updates directly on you device, subscribe now.