fbpx
BSKY
BJD MC SKY
BJD MS SKY

ସାପକୁ ବେକରେ ଗୁଡ଼ାଇ ଖେଳୁଥିଲେ ଯୁବକ, ତିନିଥର ମାରିଲା ଚୋଟ…

ମୁ୍ମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାରୁ ଏକ ଭୟାନକ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଯୁବକଙ୍କୁ ସାପ ସହିତ ଖେଳିବା ମହଙ୍ଗା ପଡ଼ିଛି । ଯୁବକ ସାପକୁ ବେକରେ ଗୁଡ଼ାଇ ବୁଲୁଥିବାବେଳେ ସାପଟି ତାଙ୍କୁ ଚୋଟ ମାରିଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଯୁବକ ଜଣକ ସାପକୁ ଧରି ବୁଲୁଥିବାର ଭିଡିଓ ମଧ୍ୟ ରେକର୍ଡ ହୋଇଛି ।

ସୂଚନା ଅନୁଯାୟୀ ଥାଣେ ଜିଲ୍ଲାର ସଞ୍ଚୟ ନଗର ଅଞ୍ଚଳର ମହମ୍ମଦ ଶେଖ ନାମକ ଜଣେ ଯୁବକ ଗୋଟିଏ ସାପକୁ ଧରି ବେକରେ ଗୁଡ଼ାଇ ଥିଲେ । ଏହାପରେ ତାକୁ ନେଇ ବୁଲୁଥିଲେ । ଆଉ ଯେତେବେଳେ ସେ ସାପ ସହ ଖେଳିଥିଲେ ସେତେବେଳେ ସାପ ହଠାତ୍ ସାପଟି ତାଙ୍କୁ ତିନି ଚୋଟ ମାରିଥିଲା । ଆଶ୍ଚର୍ଯ୍ୟକର ଘଟଣା ହେଉଛି ସାପ କାମୁଡ଼ିବା ପରେ ସେ ତାକୁ ହଟାଇନଥିଲେ କି କାହାକୁ ହଟାଇବାକୁ ମଧ୍ୟ କହିନଥିଲେ । ତାଙ୍କ ସାଙ୍ଗ ମହମ୍ମଦଙ୍କର ସାପ ସହ ଖେଳୁଥିବା ଭିଡିଓ ମଧ୍ୟ ସୁଟ କରୁଥିଲେ ।

ଆଉ ଏହି ଭିଡିଓକୁ ସେ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ସାପ କାମୁଡ଼ିବାର କିଛି ସମୟ ପରେ ମହମ୍ମଦଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅଧିକାରୀମାନେ କହିଛନ୍ତି ପୋଲିସ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଛି ଏବଂ ପୋଷ୍ଟମର୍ଟମ କରାଯାଇଛି । କୁହାଯାଉଛି ଯେ ଯୁବକ ଜଣକ ତାଙ୍କ ବନ୍ଧୁଙ୍କ ସହ ପାଖ ଗାଁ କୁ ଯାଇଥିଲେ ଯେଉଁଠାରେ ତାଙ୍କୁ ଏହି ସାପ ମିଳିଥିଲା ସେ ଏହାକୁ ଧରିବା ସହ ତା ସହ ଖେଳିବାକୁ ଲାଗିଥିଲେ ।

Get real time updates directly on you device, subscribe now.