fbpx

JIOର ଅଲ୍ ଇନ୍ ୱାନ୍ ପ୍ଲାନ୍ @ ମାତ୍ର ୭୫, ବୈଧତା …

ଓଡ଼ିଶା ଭାସ୍କର ବ୍ୟୁରୋ: ରିଲାଏନ୍ସ ଜିଓ ଏକ ନୂଆ ପ୍ଲାନ୍ ଲଞ୍ଚ୍ କରିଛି । ଅଲ୍ ଇନ୍ ୱାନ୍ ପ୍ଲାନ୍ କୁହାଯାଉଥିବା ଏହାର ଦାମ ମାତ୍ର ୭୫ ଟଙ୍କା । ୨୮ ଦିନର ବୈଧତାରେ ୩ ଜିବି ଡାଟା ଏବଂ ଅତିରିକ୍ତ ୨୦୦ ଏମବି ଡାଟା ମିଳିବ ଏହି ପ୍ଲାନ୍ ରେ। ସେହିପରି ଯେକୌଣସି ନମ୍ବରକୁ ଅନଲିମିଟେଡ୍ କଲ୍ ଏବଂ ୫୦ ଏସଏମଏସ୍ ସୁବିଧା ରହିଛି । ସବୁଠୁ ବଢ଼ିଆ କଥା ହେଲେ ବାୟ ୱାନ୍ ଗେଟ୍ ୱାନ୍ ଅଫର୍ । ଗୋଟିଏ ପ୍ଲାନ୍ ରିଚାର୍ଜ କଲେ ୨ଟି ପ୍ଲାନର ସୁବିଧା ମିଳିପାରୁଛି ।

ଅନ୍ୟପକ୍ଷରେ ଅନ୍ୟତମ ସେଲୁଲାର୍ ସେବା ଯୋଗାଣ କମ୍ପାନି ଏୟାରଟେଲ୍ ଏହାର ୪୯ ଟଙ୍କିଆ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ସମ୍ପ୍ରତି ୭୯ ଟଙ୍କା ହୋଇଯାଇଛି । ଏଥିରେ ୬୪ ଟଙ୍କା ଟକ୍ ଟାଇମ୍ ଏବଂ ପ୍ରତିଦିନ ୨୦୦ ଏମବି ଡାଟା ଦିଆଯାଉଛି । ପ୍ଲାନ ୨୮ ଦିନର ବୈଧତା ରହିଥିବା ଏହି ପ୍ଲାନ୍ ୨୯ ଜୁଲାଇରୁ ଆରମ୍ଭ ହୋଇଛି । ତେବେ ଜିଓ ଏବଂ ଏୟାରଟେଲ୍ ପ୍ଲାନ ମଧ୍ୟରେ ଜିଓ ହିଁ ଆଗୁଆ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.