fbpx

ଗୁଜୁରାଟର ଡାଙ୍ଗରେ ଭୟଙ୍କର ଦୁର୍ଘଟଣା, ୭୦ ଯାତ୍ରୀ ଭର୍ତ୍ତି ବସ୍ ଖାଈକୁ ଖସିଲା

ନୂଆଦିଲ୍ଲୀ: ଗୁଜୁରାଟର ଡାଙ୍ଗରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ବସ୍ ଖାଈରେ ଖସିପଡିଛି । ଏହି ଦୁର୍ଘଟଣାରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ, ବସରେ ସମୁଦାୟ ୭୦ ଜଣ ଲୋକ ଯାତ୍ରା କରୁଥିଲେ।

ସୂଚନାନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ଘରୋଇ ବିଳାସପୂର୍ଣ୍ଣ ବସ୍ ସାପୁତାରା ଯାଉଥିଲା । ଏହି ବସ୍ରେ ମହିଳା ଏବଂ ଶିଶୁଙ୍କ ସମେତ ମୋଟ ୭୦ ଜଣ ଯାତ୍ରୀ ଥିଲେ। କୁହାଯାଉଛି ଯେ, ଏହି ବସ୍ ଯାତ୍ରୀଙ୍କୁ ନେଇ ସୁରଟରୁ ସାପୁତାରାକୁ ଆସିଥିଲା ଏବଂ ପରେ ସାପୁତାରାରୁ ସୁରଟକୁ ଫେରୁଥିଲା । ଆଉ ଏହି ସମୟରେ ବସଟି ସାପୁତାରା ମାଲେଗାମ ରୋଡରେ ନିୟନ୍ତ୍ରଣ ବାହାରକୁ ଯାଇ ଏକ ଖାଈକୁ ପଡ଼ିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ୨୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଆହତ ମାନଙ୍କୁ ଶ୍ୟାମଗହନର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଏହି ଦୁର୍ଘଟଣାରେ ଜଣେ ପୁଅ ଓ ଜଣେ ଝିଅର ମୃତ୍ୟୁ ଘଟିଛି । ସେମାନଙ୍କ ବୟସ ୮ ରୁ ୧୦ ବର୍ଷ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.