ଓଡ଼ିଶା ଭାସ୍କର ବ୍ୟୁରୋ: ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ପବିତ୍ର ସରସ୍ୱତୀ ପୂଜା ପାଳନ କରାଯାଏ । ଚଳିତ ଥର ଫେବୃଆରୀ ୫ ତାରିଖରେ ସରସ୍ୱତୀ ପୂଜା ପାଳନ କରାଯାଉଛି । ମାନ୍ୟତା ରହିଛି ଯେ, ପଞ୍ଚମୀ ଦିନରେ ମା’ଙ୍କ ପୂଜାକରିବା ଦ୍ୱାରା ସେ ଖୁବ୍ ଶୀଘ୍ର ପ୍ରସନ୍ନ ହୁଅନ୍ତି । ତେବେ ମା’ଙ୍କ ପୂଜା ଅନ୍ୟ ତିଥି ପର୍ବରେ ବି କରାଯାଇଥାଏ । ହେଲେ ପଞ୍ଚମୀ ହେଉଛି ମା’ ସରସ୍ୱତୀଙ୍କୁ ପୂଜା କରିବାର ବିଶେଷ ଦିନ । ଏହିଦିନ ପୂଜା କରିବା ଦ୍ୱାରା ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ । ତାହେଲେ ଚାଲନ୍ତୁ ସରସ୍ୱତୀ ପୂଜାର ଶୁଭ ମୁହୂର୍ତ୍ତ, ମନ୍ତ୍ର ସମ୍ପର୍କରେ…
ବସନ୍ତ ପଞ୍ଚମୀ ଫେବୃଆରୀ ୫ ତାରିଖ ୨୦୨୨ ଦିନ ମା’ ସରସ୍ୱତୀଙ୍କ ପୂଜା ପାଇଁ ୫ ଘଣ୍ଟା ୨୮ ମିନିଟ୍ ର ଶୁଭ ମୁହୂର୍ତ୍ତ ରହିଛି । ଏହି ଦିନ ସକାଳ ୭ଟା ୧୯ ମିନିଟ୍ ରୁ ୧୨ ଟା ୩୫ ମିନିଟ୍ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି । ଏହି ସମୟରେ ପୂଜା କରିବା ଭଲ ଫଳ ମିଳିବ ।
ମନ୍ତ୍ର:
ୟା କୁନ୍ଦେଦୁ-ତୁଷାର-ହାର ଧବଳା, ୟା ଶୁଭ୍ରା – ବସ୍ତ୍ରାବୃତା,
ୟା ବୀଣା – ବର -ଦଣ୍ଡ- ମଣ୍ଡିତ – କରା, ୟା ଶ୍ୱେତା – ପଦ୍ମାସନା ।
ୟା ବଡ୍ମାଚ୍ୟୁତା – ଶଡ୍କର୍ – ପ୍ରଭୁତିଭିର୍ଦେବ÷ଃ ସଦା ବନ୍ଦିତା,
ସା ମା ପାତୁ ସରସ୍ୱତୀ ଭଗବତୀ ନିଃ ଶେଷ – ଜାଡ୍ୟାପହା ।