ଓଡ଼ିଶା ଭାସ୍କର: ଏବେ ବି ଲୋକଙ୍କୁ କାବୁ କରି ରଖିଛି ବାବା ସାରଥୀଙ୍କ କ୍ରେଜ୍ । ଏତେ ସରି ହେଲା ପରେ ବି କମୁନି ସାରଥୀ ବାବାଙ୍କ ପୂଜାର୍ଚ୍ଚନା । ସ୍ଥାନେ ସ୍ଥାନେ ପୂଜା ପାଉଛି ବାବାଙ୍କ ଫଟୋ, କେବଳ ପୂଜା ନୁହେଁ, ତା’ ସହ ଗୀତ ଗାଇ ମତୁଆଲା ହୋଇ ଯାଉଛନ୍ତି ଭକ୍ତ । ସାରଥୀ ପ୍ରେମରେ ଏତେ ପାଗଳ ଯେ, ନାତୁଣୀ ଜନ୍ମ ଦିନରେ କେକ କାଟିବା ବଦଳରେ ସାରଥୀ ବାବାଙ୍କୁ କରୁଛନ୍ତି ପୂଜାର୍ଚ୍ଚନା । ସାରଥୀ ପ୍ରେମରେ ଭକ୍ତ ସତସଙ୍ଗ ଆଉ ପ୍ରବଚନ କାର୍ଯ୍ୟକ୍ରମ ଜାରି ରହିଛି । ଏବେ ବି ରହିଛି ସାରଥୀ ବାବାଙ୍କ କ୍ରେଜ୍ ।
ସାରଥୀ ନାହାନ୍ତି, କିନ୍ତୁ ଜମୁଛି ସାରଥୀଙ୍କ ସତସଙ୍ଗ । ସଂହାସନ ରେ ପୂଜା ପାଉଛନ୍ତି ବାବା ସାରଥୀ । ମଞ୍ଚରେ ବସି ସାରଥୀ ମହିମା ବଖାଣୁଛନ୍ତି ପ୍ରବଚକ । ଆଉ ସେ ସବୁକୁ ମନଧ୍ୟାନ ଦେଇ ଶୁଣୁଛନ୍ତି ଶତାଧିକ ଭକ୍ତ । କିଛି ଏଭଳି ଢଙ୍ଗରେ ପୁଣିଥରେ ଆରମ୍ଭ ହେଇଗଲାଣି ସାରଥୀ ସତସଙ୍ଗ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ପାଲଲହଡ଼ା ଅଞ୍ଚଳରେ । ନିର୍ବାଚନମଣ୍ଡଳୀର ବିଧାୟକ ଅଶୋକ କୁମାର ମହାନ୍ତିଙ୍କ ଗ୍ରାମ କୁଲେଇ ଠାରେ ସାରଥୀ ସତସଙ୍ଗ ଓ ପ୍ରବଚନ ଚାଲିଥିବା ଦେଖିବାକୁ ମିଳିଛି । ଆୟୋଜକ ଶ୍ରୀ ହୃଦୟ ଚନ୍ଦ୍ର ସାହୁଙ୍କ ସାନ ନାତୁଣୀ ଅନନ୍ୟା ଆରାଧନା ର ଚତୁର୍ଥ ବାର୍ଷିକ ଜନ୍ମ ଉତ୍ସବ ଅବସରରେ କରାଯାଇଛି ଏହି ପ୍ରବଚନ ଏବଂ ସତସଙ୍ଗର ଆୟୋଜନ ।
ଏଥିପାଇଁ ବଡ଼ ଧରଣର ଆୟୋଜନ ରେ ଶତାଧିକ ଭକ୍ତ ହୋଇଥିବାବେଳେ ସିଙ୍ଘାସନରେ ସାରଥୀ ଙ୍କ ଫଟୋରେ ଫୁଲହାର ମସ୍ତକରେ ମୟୁର ପୁଚ୍ଛ ଚଢ଼ାଇ ଏବଂ ଆଳତୀ କରି ତାଙ୍କ ଅନୁଗାମୀ ପୂଜା କରୁଥିବା ଦେଖିବାକୁ ମିଳିଛି । ତେବେ ଏତେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ପ୍ରଶାସନ ପାଖରେ ଖବର ଥିଲା କି ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।