fbpx

ଘର ତିଆରି ପାଇଁ ସୁବର୍ଣ୍ଣ ସୁଯୋଗ: ସରକାରଙ୍କ ହସ୍ତକ୍ଷେପ ପରେ ୬୦୦୦ ଟଙ୍କା ଶସ୍ତା ହେଲା ଲୁହା ରଡ, ଜାଣନ୍ତୁ ଓଡ଼ିଶାରେ କେତେ ଅଛି ରେଟ୍?

ନୂଆଦିଲ୍ଲୀ: ଦେଶର ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ଏପରିକି ଚେନ୍ନାଇ ଓ ବେଙ୍ଗାଲୁରୁ ଭଳି ସ୍ଥାନରେ ବର୍ଷା ପାଣି ଜମିବାରୁ ଅବସ୍ଥା ବିଗିଡ଼ିଯାଇଛି । ଏହାର ସିଧା ପ୍ରଭାବ ନିର୍ମାଣ ଗତିବିଧି ଉପରେ ଉପରେ ପଡ଼ିଛି । ବର୍ଷା ଓ ବନ୍ୟା ଯୋଗୁଁ ନିର୍ମାଣ ଗତିବିଧି କମିଯିବାରୁ ସିମେଣ୍ଟ ଓ ଲୁହା ରଡ ଭଳି ସାମ୍ରଗୀର ଦାମ୍ ହ୍ରାସ ପାଇପାରେ ଲାଗିଛି । ଲୁହା ରଡ କଥା କହିବାକୁ ଗଲେ, ସରକାରଙ୍କ ହସ୍ତକ୍ଷେପ ପରେ ଅନେକ ଫାଇଦା ହୋଇଛି । ଏଭଳି କାରଣ ଯୋଗୁଁ ଲୁହା ରଡ ଦାମ୍ ଆହୁରି ଶସ୍ତା ହୋଇଛି । ଗତ ଦେଢ଼ ମାସ ଭିତରେ ଏହାର ଦାମ୍ ୬୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଏପର୍ଯ୍ୟନ୍ତ ଦେଶର ଅନେକ ସହରରେ ଲୁହା ରଡର ଦାମ୍ କମ୍ ହୋଇ ଟନ୍ ପିଛା ୫୦ ହଜାର ଟଙ୍କା ହୋଇଛି ।

ତେବେ ସରକାର ଷ୍ଟିଲ ଉପରେ ଏକ୍ସପୋର୍ଟ ଡ୍ୟୁଟି ନିକଯରେ ବଢ଼ାଇ ଦେଇଥିଲେ । ଏହି କାରଣ ଯୋଗୁଁ ଘରୋଇ ବଜାରରେ ଷ୍ଟିଲର ଦାମ୍ ତୀବ୍ରଭାବେ କମିବାରେ ଲାଗିଛି । ଏହା ମଧ୍ୟ ଲୁହା ରଡର ଦାମ୍ ହ୍ରାସ ପାଉଥିବାର ମୁଖ୍ୟ କାରଣ । ଏହା ବ୍ୟତୀତ ଦେଶର ଅନେକ ଅଞ୍ଚଳରେ ହେଉଥିବା ଲଗାଣ ବର୍ଷା ଯୋଗୁଁ ନିର୍ମାଣ ଗତିବିଧି କମିବାରେ ଲାଗିଛି । ତେବେ ମାର୍ଚ୍ଚ ଓ ଏପ୍ରିଲରେ ଲୁହା ରଡର ରେଟ୍ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଥିଲା । ଏହା ପରେ ଲୁହା ରଡ ରେଟ ବହୁତ ଶସ୍ତା ହୋଇଥିଲା । କିନ୍ତୁ ଜୁନରେ ଏହାର ଦାମ୍ ପୁଣି ବଢ଼ିବାକୁ ଲାଗିଥିଲା । ଗତ ଦେଢ଼ ମାସ ହେବ ପୁଣିଥରେ ଲୁହା ରଡ ଦାମ୍ କମିବାରେ ଲାଗିଛି ।

ଏପ୍ରିଲରେ ଲୁହାରଡ ଟନ୍ ପିଛା ୭୫,୦୦୦ର ପାଖାପାଖି ଥିଲା, ଯାହାକି ଜୁନରେ ହ୍ରାସ ପାଇ ଟନ୍ ପିଛା ୬୫ ହଜାର ଟଙ୍କା ହୋଇଥିଲା । ଏପ୍ରିଲ, ଏକ ସମୟରେ ଲୁହା ରଡର ଦାମ୍ ଟନ୍ ପିଛା ୮୨,୦୦୦ ଟଙ୍କା ଥିଲା, ଯାହାକି ଏବେ କମ୍ ହୋଇ ଟନ୍ ପିଛା ୫୦ରୁ ୫୫ ହଜାର ଟଙ୍କା ହୋଇଛି । ଏହାର ଅର୍ଥ ଏପ୍ରିଲରେ ରେକର୍ଡ ହାଇ ତୁଳନାରେ ଲୁହା ରଡର ଦାମ୍ ଏବେ ଟନ୍ ପିଛା ୩୦ ହଜାର ଟଙ୍କା କମ୍ ହୋଇଛି ।

ପଶ୍ଚିମବଙ୍ଗର କୋଲକାତାରେ ୧୫ ଜୁଲାଇରେ ଲୁହା ରଡର ଦାମ୍ ଟନ୍ ପିଛା ୫୨,୦୦୦ ଥିବା ବେଳେ ୩୧ ଅଗଷ୍ଟରେ ତାହା ୫୦,୦୦୦କୁ ଖସିଆସିଛି । ସେହିପରି ଓଡ଼ିଶାର ରାଉରକେଲାରେ ୫୬,୨୦୦ ଟଙ୍କା ଥିବା ବେଳେ ୫୧,୦୦୦ ଟଙ୍କାକୁ ଖସିଆସିଛି, ଅର୍ଥାତ୍ ଜୁଲାଇରୁ ଅଗଷ୍ଟ ମଧ୍ୟରେ ୫୨୦୦ ଟଙ୍କା ହ୍ରାସ ପାଇଛି । ସେହିପରି ଛତିଶଗଡ଼ରେ ୫୧୦୦, ମହାରାଷ୍ଟ୍ରରେ ୪୦୦୦, ତେଲେଙ୍ଗାନାରେ ୪୫୦୦, ରାଜସ୍ଥାନରେ ୪୬୦୦, ଗୁଜରାଟରେ ୨୪୦୦ ଟଙ୍କା ଲୁହା ରଡ ଶସ୍ତା ହୋଇଛି ।

Get real time updates directly on you device, subscribe now.