fbpx

ସାରା ଦେଶରେ ବିଭିନ୍ନ ବ୍ୟାଙ୍କରେ ୬୦୦୦ରୁ ଅଧିକ ପଦ ଲାଗି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଜାଣିନିଅନ୍ତୁ ଯୋଗ୍ୟତା ଓ ଆବେଦନ ତାରିଖ

ନୂଆଦିଲ୍ଲୀ:ବ୍ୟାଙ୍କରେ ଚାକିରୀ ସନ୍ଧାନରେ ରହିଥିବା ଯୁବକ ଯୁବତୀଙ୍କ ଲାଗି ଏକ ବଡ ଖୁସି ଖବର । ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସନାଲ ସିଲେକ୍ସନ(ଆଇବିପିଏସ୍) ଆଜି ଅର୍ଥାତ୍ ୧ ଜୁଲାଇରୁ କ୍ଲର୍କ ପଦବୀରେ(IBPS CLERK Recruitment) ଲାଗି ଦରଖାସ୍ତ ଆହ୍ୱାନ କରିଛି । ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଅଧିକାରୀକ ୱେବସାଇଟ୍ ibps.in ମାଧ୍ୟମରେ  ଆବେଦନ କରିପାରିବେ । ଏହି ଭର୍ତ୍ତି ଅଭିଯାନ ଦେଶର ବିଭିନ୍ନ ବ୍ୟାଙ୍କରେ ମୋଟ ୬୦୩୦ ପଦ ଭରିବା ଲାଗି ଆରମ୍ଭ ହୋଇଛି ।
IBPS CLERK ଆବେଦନ ପ୍ରକ୍ରିୟା ୧ ଜୁଲାଇରୁ ଆରମ୍ଭ ହୋଇ ୨୧ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ । ଯେଉଁମାନେ ଏଥିଲାଗି ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ତଳେ ଦିଆଯାଇଥିବା ଲିଙ୍କରେ ବିଜ୍ଞାପନ ଦେଖି ଡାଉନଲୋଡ୍ କରିପାରିବେ ।
କିପରି କରିବେ ଆବେଦନ:
ଓଈଚଝ ଅଧିକାରୀକ ୱେବସାଇଟ୍ ସଭକ୍ଟ୍ରଗ୍ଦ.ସଦ୍ଭ କୁ ଯାଆନ୍ତୁ । ହୋମପେଜ୍ ରେ ‘ସିଆର୍ ପି କ୍ଲର୍କ ଢଓଓଓ ନିଯୁକ୍ତି ପ୍ରକ୍ରିୟା ଲାଗି ଲିଙ୍କ କ୍ଲିକ୍ କରି ଆବେଦନ ପତ୍ର ଭରିବା ସହ ଆବଶ୍ୟକ ଡକ୍ୟୁମେଣ୍ୟ ଅପଲୋଡ୍ କରନ୍ତୁ । ଏହା ସହିତ ଅନଲାଇନ୍ ରେ ଆବେଦନ ଶୁଳ୍କ ପଇଠ କରନ୍ତୁ । ସମସ୍ତ ବିବରଣୀକୁ ଭଲ ଭାବେ ଯାଞ୍ଚ କରି ଫର୍ମ ଜମା କରନ୍ତୁ ।
ବୟସ ସୀମା ଓ ଯୋଗ୍ୟତା:
ଆଶାୟୀ ପ୍ରାର୍ଥୀଙ୍କ ନିମ୍ନତମ ବୟସ ୨୦ ଓ ସର୍ବାଧିକ ବୟସ ୨୮ ହୋଇଥିବା ଉଚିତ । ପ୍ରାର୍ଥୀଙ୍କ ନିକଟରେ ଭାରତ ସରକାର ଦ୍ୱାରା ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବି ବିଷୟରେ ଡିଗ୍ରୀ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ସମକକ୍ଷ ଯୋଗ୍ୟତା ରହିଥିବା ଉଚିତ ।

 

Get real time updates directly on you device, subscribe now.