ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା: କାରଣ ଅସ୍ପଷ୍ଟ, ପୂର୍ବ ଶତ୍ରୁତା ଅନୁମାନ
ରାମପୁର ଥାନା ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ବଲ୍ଲଭ ଖେତିଙ୍କୁ ହତ୍ୟା କରାଯାଇଛି ।
ସୁବର୍ଣ୍ଣପୁର: ରାମପୁର ଥାନା ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ବଲ୍ଲଭ ଖେତିଙ୍କୁ ହତ୍ୟା କରାଯାଇଛି । ଗୁରୁବାର ବିଳମ୍ବିତ ରାତିରେ ବଲ୍ଲଭ ଘରକୁ ଫେରୁଥିବାବେଳେ ପଣ୍ଡରାପାଲି ଗ୍ରାମ ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ଏକ ପୁଲିସ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ।
ଦୁର୍ବୃତ୍ତମାନେ ବଲ୍ଲଭଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ, ପୂର୍ବ ଶତ୍ରୁତାରୁ ଏହା ଘଟିଥିବା ଅନୁମାନ କରାଯାଉଛି ।