fbpx

ନୂତନ ବର୍ଷରେ ହେବ ଶନି ଏବଂ ସୂର୍ଯ୍ୟଙ୍କ ସଂଯୋଗ; ଏହିସବୁ ରାଶିମାନଙ୍କ ଉପରେ ପଡିବ ପ୍ରଭାବ,ଜାଣନ୍ତୁ ଆପଣଙ୍କ ଭାଗ୍ୟ

Advertisement

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କ ରାଶି ଓ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ନୂତନ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର କିଛି ସମୟ ବାକି ଥିବା ବେଳେ ଏହି ସମୟରେ କିଛି ଗ୍ରହ ସେମାନଙ୍କ ସ୍ଥିତି ପରିବର୍ତ୍ତନ କରିବେ । ଯେଉଁ କାରଣରୁ ଏହା ସମସ୍ତ ରାଶି ଉପରେ ପ୍ରଭାବ ପକାଇବ । ଜ୍ୟେତିଷ ଶାସ୍ତ୍ର ଅନୁସାରେ ଜାନୁଆରୀ ୧୭ ତାରିଖରେ ନ୍ୟାୟର ଦେବତା ଶନି ରାଶି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରୁଥିବା ବେଳେ ଗ୍ରହ ରାଜ ସୂର୍ଯ୍ୟ ମଧ୍ୟ ଫେବୃଆରୀ ୧୩ ତାରିଖରେ ମକର ରାଶିରେ ପ୍ରବେଶ କରିବେ । ତେବେ ଉଭ୍ୟ ଶତ୍ରୁ ଗ୍ରହ ଗୋଟିଏ ରାଶିରେ ପ୍ରବେଶ କରୁଥିବାରୁ ଏହା ୧୨ଟି ରାଶି ଉପରେ କିଛି ନା କିଛି ପ୍୍ରଭାର ପକାଇବ । ଯେଉଁ କାରଣରୁ କିଛି ରାଶିର ବ୍ୟକ୍ତି ଅନେକ ସମସୟା ଦେଇ ଗତି କରିବା ବେଳେ କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ଅନେକ ସଫଳତା ମିଳିବ । ତେବେ ଏଙି ଉଭୟ ଗ୍ରହଙ୍କ ସଂଯୋଗ ଖାସ୍ କରି ୩ ଟି ରାଶି ଉପରେ ପ୍ରଭାବ ପରାଇବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ଅନେକ ସଫଳତା ହାସଲ କରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ…

ମେଷ: ଜ୍ୟେତିଷ ଶାସ୍ତ୍ର ଅନୁସାରେ ୨୦୨୩ ମସିହାରେ ଶନି ଏବଂ ସୂର୍ଯ୍ୟଙ୍କ ସଂଯୋଗ ଏହି ରାଶିର ବ୍ୟକ୍ତିମାନଙ୍କୁ ଅନେକ ସଫଳତା ପ୍ରଦାନ କରିବ । ଫଳରେ ସେମାନଙ୍କୁ ନୂତନ କାର୍ଯ୍ୟ ମିଳିବା ସହ ଧନପ୍ରପ୍ତିର ମଧ୍ୟ ଯୋଗ ରହିଛି । ଏଥିସହିତ ଏହି ରାଶିର ବ୍ୟକ୍ତିମାନଙ୍କୁ ସମାଜରେ ମାନ-ସମ୍ମାନ ପ୍ରାପ୍ତି ହେବ ଏବଂ ପରିବାର ସହ ସମ୍ବନ୍ଧ ଭଲ ରହିବ । । ତେବେ ସର୍ବମୋଟରେ କହିବାକୁ ଗଲେ ୨୦୨୩ ମସିହା ପ୍ରରମ୍ଭ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ।

କନ୍ୟା: ଶାସ୍ତ୍ର ଅନୁସାରେ ନୂତନ ବର୍ଷରେ ହେବାକୁ ଥିବା ଏହି ଗ୍ରହଙ୍କ ସଂଯୋଗ କନ୍ୟା ରାଶିର ବୟକ୍ତିମାୀନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ଅନେକ ସଫଳତା ପାଇବା କୌଣସି କାର୍ଯ୍ୟକୁ ନେଇ ବିଦେଶ ଯାତ୍ରା କରିପାରନ୍ତି । ଏତିସହିତ ଚାକିରୀ କରୁଥିବା ବ୍ୟକ୍ତିମାନଙ୍କୁ ନୂତନ ଚାକିରୀର ଅଫର ମିଳିବା ସହ ପ୍ରମୋଶନର ମଧ୍ୟ ଯୋଗ ରହିଛି । ତେଣୁ ୨୦୨୩ ବର୍ଷର ଆରମ୍ଭ ହେି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ପ୍ରକାର ସୁଫଳ ପ୍ରଦାନ କରିବ ।

ଧନୁ: ଜ୍ୟୋତି ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏବଂ ଶନିଙ୍କ ମକର ରାଶିରେ ପ୍ରବେଶ ଧନୁ ରାଶିର ବ୍ୟକ୍ତିମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ଉଭୟ ଗ୍ରହର ସଂଯୋଗ କାରଣରୁ ଏହି ରାଶିର ବ୍ୟକ୍ତି ପ୍ରଭାଶାଳୀ ହେବ । ଫଳରେ ସେମାନେ ତାଙ୍କ କଥାରେ ଲୋକଙ୍କ ହୃଦୟ ଜିତିବା ସହ ସେମାନଙ୍କ କାର୍ଯ୍ୟ ମଧ୍ୟ ପୂର୍ଣ୍ଣ କରିବେ । ଏତତ୍ ବ୍ୟତୀତ ଶନି ଏବଂ ସୂର୍ଯଙ୍କ ସଂଯୋଗ ଏହି ରାଶିର ବ୍ୟକ୍ତିମାନଙ୍କୁ ଆୟ ପ୍ରାପ୍ତିର ବାଟ ଦେଖାଇବା ଏଥିସହିତ ପାରିବାରିକ ସମ୍ପର୍କ ମଧ୍ୟ ସୁଦୃଢ ହେବ ।

Get real time updates directly on you device, subscribe now.