fbpx

କଂଗ୍ରେସରେ ହଇଚଇ, ହାତ ଛାଡିଲେ ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର: ସତ୍ୟ ନାୟକ ଏହି ନାମ ସାମ୍ବାଦିକତା ଜଗତରେ ଯେତେ ଜଣା ଶୁଣା ରାଜନୀତିରେ ମଧ୍ୟ ଖୁବ ପ୍ରତିଷ୍ଠିତ । ନିଜ ପ୍ରଶ୍ନବାଣରେ ବିରୋଧୀ ମାନଙ୍କୁ ଘାଇଲା କରୁଥିବା ସତ୍ୟ ନାୟକ କଂଗ୍ରେସ ମଙ୍ଗ ଧରିଥିଲେ । କିନ୍ତୁ ଆଜି ସେ କଂଗ୍ରେସ ଛାଡିଛନ୍ତି । ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି ।
ନିଜ ଟ୍ୱିଟର ପୋଷ୍ଟରେ ସେ ତାଙ୍କର ଇସ୍ତଫା ପତ୍ରର ଏକ ଫଟୋ ଛାଡିଛନ୍ତି ।

ସେ ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି ପରିବର୍ତ୍ତନ ଅତ୍ୟନ୍ତ କଷ୍ଟକର । ଆମେ ରହିବା ପାଇଁ ବହୁ ଚେଷ୍ଟା କଲେ ମଧ୍ୟ ଆମର ମୂଲ୍ୟକୁ କେହି ବୁଝି ପାରନ୍ତି ନାହିଁ । ମୁଁ ବହୁ ଦୁଃଖର ସହିତ କହିଛୁ ଯେ ମୁଁ କଂଗ୍ରେସ ଦଳରୁ ଇସ୍ତଫା ନେଉଛି ।

ଏହା ସହିତ ସେ ତାଙ୍କ ପୋଷ୍ଟରେ ପିସିସି ସଭାପତି ଶରତ ପଟ୍ଟନାୟକ,କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର, କଂଗ୍ରେସ ପ୍ରଦେଶର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ନାମ ଟ୍ୟାଗ କରିଛନ୍ତି ।

ସେ ଯେଉଁ ପତ୍ର ପୋଷ୍ଟ କରିଛନ୍ତି ସେ ଥିରେ ସେ ଦଳର ଆଭିମୁଖ୍ୟ ଆଉ କେଉଁ କାର୍ଯ୍ୟ ପାଇଁ ଆମେ ଏହି ଦଳରେ ଅଛୁ ତାହା ପ୍ରଶ୍ନ କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେଉଁ ଆମ କାର୍ଯ୍ୟକର୍ତ୍ତା ଆମକୁ ପ୍ରଶ୍ନ କରୁଛନ୍ତି ଆମ ସହିତ ମହିଳା ମାନେ ନାହାନ୍ତି, ଚାଷୀ ମାନେ ନାହାନ୍ତି, ଯୁବ ମାନେ ନାହାନ୍ତି ତେବେ ଆମେ କାହା ପାଇଁ କାର୍ଯ୍ୟ କରୁଛୁ?

Get real time updates directly on you device, subscribe now.