ନୂଆଦିଲ୍ଲୀ : ରୋଜଗାର ସହିତ ନିବେଶ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ନିବେଶ ପାଇଁ ବଜାରରେ ଅନେକ ବିକଳ୍ପ ଅଛି । ଆମେ ରିସ୍କ ସହିତ ବା ବିନା ରିସ୍କ ଥିବା ଯୋଜନାରେ ନିବେଶ କରିପାରିବା । ଯେତେବେଳେ ବି ବିପଦମୁକ୍ତ ନିବେଶ ବିକଳ୍ପ ବିଷୟରେ କଥା ଆସେ, ଆମର ପ୍ରଥମ ଧ୍ୟାନ ଏଫଡି(ଫିକ୍ସଡ୍ ଡିପୋଜିଟ୍) କୁ ଯାଏ ।
ଏଫଡିରେ ଗ୍ୟାରେଣ୍ଟି ରିଟର୍ଣ୍ଣ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି ବଜାରରେ ଏକ ଯୋଜନା ଅଛି ଯାହା ଏଫଡି ଅପେକ୍ଷା ଅଧିକ ସୁଧ ଦେଇଥାଏ ଏବଂ ଏହା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ । ହଁ, ଆମେ କିଷାନ ବିକାଶ ପାତ୍ର (କେଭିପି) ଯୋଜନା ବିଷୟରେ କହୁଛୁ । ଏହି ଯୋଜନାରେ ୭.୫ ପ୍ରତିଶତ ସୁଧ ମିଳିଥାଏ ।
ଏହି ଏଫଡିରୁ ଅଧିକ ମିଳୁଛି ସୁଧ :-
ଅନେକ ବ୍ୟାଙ୍କର ଏଫଡି ତୁଳନାରେ କିଷାନ ବିକାଶ ପାତ୍ର ଅଧିକ ସୁଧ ପ୍ରଦାନ କରିଥାଏ । ମୁଖ୍ୟ ବ୍ୟାଙ୍କଗୁଡିକର ଏଫଡି ସୁଧ ହାର ବିଷୟରେ ଆସନ୍ତୁ ଜାଣିବା ।
ଯୋଜନା ସୁଧ
କିଷାନ ବିକାଶ ପାତ୍ର (KVP) 7.50%
ଆକ୍ସିସ୍ FD 7.10%
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ FD (SBI FD) 7.00%
HDFC ବ୍ୟାଙ୍କ FD 7.00%
ବ୍ୟାଙ୍କ ଅଫ୍ ଇଣ୍ଡିଆ FD (BOI FD) 6.75%
ୟୁନିୟନ ବ୍ୟାଙ୍କ FD 6.50%