fbpx

ଆଦାନୀ ଗ୍ରୁପ୍ ହାତରେ ଲାଗିଲା ଆଉ ଏକ କମ୍ପାନୀ, ଏସବି ଏନର୍ଜିର ହେଲା ନୂଆ ମାଲିକ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ହାତରେ ଲାଗିଲା ଆଉ ଏକ କମ୍ପାନୀ । ଅଦାନୀ ଗ୍ରୀନ ଏନର୍ଜି ଲିମିଟେଡ(AGEL) ପ୍ରାୟ ୨୬ ହଜାର କୋଟି(୩.୫ ବିଲିୟନ ଡଲାର) ନିବେଶ ବଦଳରେ ଏସବି ଏନର୍ଜି ଇଣ୍ଡିଆ((SB energy
india)  ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଛି । ଏସବି ଏନର୍ଜି ଅଧିଗ୍ରହଣ ନେଇ ସୋମବାର କମ୍ପାନୀ ପକ୍ଷରୁ କୁହାଯାଇଛି । ଆଦାନୀ ଗ୍ରୀନ ଏସବି ଏନର୍ଜି ଉପରେ ଶତ ପ୍ରତିଶତ ଅଂଶୀଦାରୀ ପାଇଛି । ଏଥିାଇଁ ପୂର୍ବରୁ ଗତ ମେ ୧୮ ତାରିଖରେ ନିର୍ଣ୍ଣାୟକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ବଡ ଡିଲ ସହ ଏସବି ଏନର୍ଜି ଇଣ୍ଡିଆ ଏବେ ଇଏଋଖର ଶତ ପ୍ରତିଶତ୍ୱ ମାଲିକାନାଧୀନ ସବସିଡିଆରି ହୋଇଛି ।

Get real time updates directly on you device, subscribe now.