fbpx

SBI Card ଆରମ୍ଭ କଲା Rupay କ୍ରେଡିଟ କାର୍ଡ ମାଧ୍ୟମରେ ୟୁପିଆଇ ପେମେଣ୍ଟ ସର୍ଭିସ୍: ସହଜ ଷ୍ଟେପରେ କରନ୍ତୁ ଟ୍ରାଞ୍ଜାକ୍ସନ୍

Advertisement

ନୂଆଦିଲ୍ଲୀ: ଭାରତର ସର୍ବବୃହତ କ୍ରେଡିଟ କାର୍ଡ କମ୍ପାନୀ ଏସବିଆଇ କାର୍ଡ ନିଜ ଗ୍ରାହକମାନଙ୍କୁ ରୁପେ କ୍ରେଡିଟ କାର୍ଡ ବ୍ୟବହାର କରି ୟୁପିଆଇ ପେମେଣ୍ଟ କରିବାର ସୁବିଧା ଆରମ୍ଭ କରିବାର ଘୋଷଣା କରିଛି ।

ଏହି ବିକାଶ ସହିତ ଏସବିଆଇ କାର୍ଡ ଗ୍ରାହକଙ୍କ ପାଇଁ ୟୁପିଆଇ ମଞ୍ଚେଣ୍ଟସରେ ପେମେଣ୍ଟ କରିବା ଏବେ ସହଜ ହେବ । ଏହି ସୁବିଧା ପାଇବାକୁ ଏସବିଆଇ କାର୍ଡ ଗ୍ରାହକମାନଙ୍କୁ ନିଜ କାର୍ଡକୁ ଥାର୍ଡ ପାର୍ଟି ୟୁପିଆଇ ଆପ୍ ସହିତ ରେଜିଷ୍ଟ୍ରର କରିବାକୁ ପଡିବ ।

କାର୍ଡ ପଞ୍ଜିକରଣ ପରେ ପେମେଣ୍ଟ :-
ଥରେ କାର୍ଡ ପଞ୍ଜୀକୃତ ହୋଇଗଲେ, ଗ୍ରାହକ କେବଳ ମଞ୍ଚେଣ୍ଟସର କ୍ୟୁଆର କୋଡ୍ ସ୍କାନ୍ କରି କିମ୍ବା ସେମାନଙ୍କର ୟୁପିଆଇ ଆଇଡି ଓ ପିନ୍ ଏଣ୍ଟ୍ରି କରି ୟୁପିଆଇ ପେମେଣ୍ଟ କରିପାରିବେ । ୟୁପିଆଇରେ ଏସବିଆଇର ରୁପେ କ୍ରେଡିଟ୍ କାର୍ଡକୁ କିପରି ଲିଙ୍କ୍ କରାଯିବ ସେ ସମ୍ବନ୍ଧରେ ଜାଣନ୍ତୁ …

ଏହିପରି ଲିଙ୍କ୍ କରନ୍ତୁ :-
-Google Play Store କିମ୍ବା ଆପ୍ ଷ୍ଟୋରରୁ ୟୁପିଆଇ (ଫୋନ୍ ପେ, ଗୁଗୁଲ୍ ପେ କିମ୍ବା ପେଟିଏମ୍ ଇତ୍ୟାଦି) ଡାଉନଲୋଡ୍ କରନ୍ତୁ ।
-ୟୁପିଆଇ ଆପରେ ମୋବାଇଲ୍ ନମ୍ବର ଯାଞ୍ଚ କରନ୍ତୁ ଏବଂ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ ।
-ପଞ୍ଜୀକରଣ ସମାପ୍ତ ହେବା ପରେ “କ୍ରେଡିଟ୍ କାର୍ଡ / ଲିଙ୍କ୍ କ୍ରେଡିଟ୍ କାର୍ଡ’ ବିକଳ୍ପ ଚୟନ କରନ୍ତୁ ।
-କ୍ରେଡିଟ୍ କାର୍ଡ ପ୍ରଦାନକାରୀ ତାଲିକାରୁ, “ଏସବିଆଇ କ୍ରେଡିଟ୍ କାର୍ଡ” ଚୟନ କରନ୍ତୁ ।
-ଲିଙ୍କ୍ କରିବାକୁ ଏସବିଆଇ ରୁପେ କ୍ରେଡିଟ୍ କାର୍ଡ ଚୟନ କରନ୍ତୁ ।
-କ୍ରେଡିଟ୍ କାର୍ଡର ଶେଷ ୬ ଅଙ୍କ ଏବଂ ସମାପ୍ତି ତାରିଖ ଏ କରନ୍ତୁ ।
-ନିଜର ୬ ଅଙ୍କ ବିଶିଷ୍ଟ ୟୁପିଆଇ ପିନ୍ ସେଟ୍ କରନ୍ତୁ ।

Get real time updates directly on you device, subscribe now.