fbpx

SBI ଗ୍ରାହକଙ୍କୁ ଝଟକା! କ୍ରେଡିଟ କାର୍ଡରୁ ରେଣ୍ଟ ଭରିଲେ ଲାଗିବ ପ୍ରୋସେସିଂ ଫିସ୍, ଜାଣନ୍ତୁ କେବେଠୁ ହେବ ଲାଗୁ?

Advertisement

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଏସବିଆଇର କ୍ରେଡିଟ୍ କାର୍ଡ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୂଚନା ମୁତାବକ, କମ୍ପାନୀ କ୍ରେଡିଟ୍ କାର୍ଡ ବ୍ୟବହାର କରି ଦିଆଯାଉଥିବା ରେଣ୍ଟ ପେମେଣ୍ଟ ଉପରେ ପ୍ରୋସେସିଂ ଫିସ୍ ଲାଗିବ । ଗ୍ରାହକଙ୍କୁ ପଠାଯାଇଥିବା ଏସଏମଏସ ଅନୁସାରେ, କ୍ରେଡିଟ କାର୍ଡ କମ୍ପାନୀ କ୍ରେଡିଟ କାର୍ଡ ମାଧ୍ୟମରେ ଦିଆଯାଇଥିବା ଭଡା ଦେୟ ଉପରେ ୯୯ ଟଙ୍କା ଏବଂ ଜିଏସ୍ଟି ଆଦାୟ କରିବ । ଏହି ନୂଆ ପରିବର୍ତ୍ତନ ୧୫ ନଭେମ୍ବର ୨୦୨୨ ରୁ ଲାଗୁ ହେବ ।

ଏହା ବ୍ୟତୀତ ଏସବିଆଇ କାର୍ଡ ମଧ୍ୟ ବଣିକ ଇଏମଆଇ କାରବାର ପାଇଁ ପ୍ରୋସେସିଂ ଫିସରେ ପରିବର୍ତ୍ତନ କରିବାକୁ ଯାଉଛି । ପୂର୍ବରୁ ଏହି ଫି ୯୯ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୯୯ ଟଙ୍କାକୁ ବୃଦ୍ଧି ପାଇବ । ୧୮ ପ୍ରତିଶତ ହାରରେ ଜିଏସ୍ଟି ମଧ୍ୟ ଆଦାୟ କରାଯିବ ।

ଏହାପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କ ଏହାର କ୍ରେଡିଟ କାର୍ଡଧାରୀଙ୍କଠାରୁ ପ୍ରୋସେସିଂ ଫିସ୍ ହିସାବରେ ୧ ପ୍ରତିଶତ ଚାର୍ଜ କରିବାକୁ ଘୋଷଣା କରିଥିଲା । ପ୍ରୋସେସିଂ ଫିସ୍ ୨୦ ଅକ୍ଟୋବର ୨୦୨୨ ରୁ କାର୍ଯ୍ୟକାରୀ ହୋଇଛି । ଆଇସିଆଇସିଆଇ ବ୍ୟାଙ୍କ ଏହାର କ୍ରେଡିଟ କାର୍ଡଧାରୀଙ୍କୁ ପଠାଯାଇଥିବା ଏକ ଏସଏମଏସରେ କହିଛି, ‘Dear customer, starting 20-10-2022, all transactions on your ICICI Bank credit card towards rent payment will be charged at 1% fee ।”

Get real time updates directly on you device, subscribe now.