SBI CBO ନିଯୁକ୍ତି ପାଇଁ ପୁଣି ଆରମ୍ଭ ହେଲା ଆବେଦନ, ଏହି ତାରିଖ ପର୍ଯ୍ୟନ୍ତ କରିପାରିବେ ଆପ୍ଲାଏ
SBI CBO ନିଯୁକ୍ତି ପାଇଁ ଆବେଦନ ପୁଣିଥରେ ଆରମ୍ଭ ହୋଇଛି, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: SBI CBO ନିଯୁକ୍ତି ପାଇଁ ଆବେଦନ କରିବାକୁ ଥିବା ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ଷ୍ଟେଟ ବ୍ୟାଙ୍କ ଅର୍ଥାତ ସିବିଆଇ ବିଜ୍ଞାପନ ସଂଖ୍ୟା ସିଆରପିଡି/ସିବିଓ/୨୦୨୫-୨୬/୦୩ ଅନୁଯାୟୀ, ସର୍କିଲ ବେସଡ ଅଫିସର୍ସର ନିଯୁକ୍ତି ପାଇଁ ଅନଲାଇନ ଆବେଦନକୁ ଆରମ୍ଭ କରିଦିଆଯାଇଛି।
ଯେଉଁ ପ୍ରାର୍ଥୀ ଏଥିରେ ଆବେଦନ କରିପାରିନଥିଲେ ସେମାନେ ବର୍ତ୍ତମାନ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ସଂଶୋଧିତ ଅବେଦନ ୱିଣ୍ଡୋ ବର୍ତ୍ତମାନ ୨୧ ଜୁନ ୨୦୨୫ରୁ ୩୦ ଜୁନ, ୨୦୨୫ ପର୍ଯ୍ୟନ୍ତ ଖୋଲିଛି।
ଏହି ନିଷ୍ପତ୍ତି ଜାରି କରାଯାଇଥିବା ଏକ ସଂଶୋଧନ ପରେ ନିଆଯାଇଛି। ଏଥିରେ ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡ ଭଳି ପ୍ରାର୍ଥୀଙ୍କୁ ଉତ୍ତର ପୂର୍ବ ସର୍କିଲ ଅନୁଯାୟୀ, ଅବେଦନ କରିବାର ଅନୁମତି ଦିଆଯାଇଛି। ଏଥିରେ ୧୦ମ ବା ଦ୍ୱାଦଶରେ ଇଂରାଜୀରେ ପାସ୍ କରିଥିବା ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ।
ବୟସ ସୀମା: ଏଥିରେ ଆବେଦନ କରିବାର ବୟସ ସୀମା ୩୦ ଅପ୍ରେଲ ୨୦୨୫ ପର୍ଯ୍ୟନ୍ତ ୨୧ ବର୍ଷ ହେବା ଆବଶ୍ୟକ ତଥା ୩୦ ବର୍ଷରୁ ଅଧିକ ନ ହୋଇଥିବା ଆବଶ୍ୟକ।