SBI ଚେୟାରମ୍ୟାନ ପଦବୀ ପାଇଁ ଇଣ୍ଟରଭ୍ୟୁକୁ ଅଚାନକ ସ୍ଥଗିତ କଲେ FSIB, ନୂଆ ସରକାର ଗଠନ ପରେ ସ୍ଥିର ହେବ ତାରିଖ

ନୂଆଦିଲ୍ଲୀ: ଫାଇନାନସିଆଲ ସର୍ଭିସେଜ ଇନଷ୍ଟିଟୁସନ ବ୍ୟୁରୋ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେବା ସୂଚନା ମିଳିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂଆ ଚେୟାରମ୍ୟାନ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ଲାଗି ନିର୍ଦ୍ଧାରିତ ଇଣ୍ଟରଭ୍ୟୁକୁ ଅଚାନକ ସ୍ଥଗିତ କରାଯାଇଛି । ଇଣ୍ଟରଭ୍ୟୁର କିଛି ଘଣ୍ଟା ପୂର୍ବରୁ ଏହାକୁ ସ୍ଥଗିତ କରିବା କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ପିଟିଆଇ ସୂତ୍ର ପକ୍ଷରୁ କୁହାଯାଇଛି ଯେ, ଏସବିଆଇର ଚେୟାରମ୍ୟାନ ପାଇଁ ଉପଯୁକ୍ତ ପ୍ରାର୍ଥୀର ଇଣ୍ଟରଭ୍ୟୁର ତାରିଖ କେନ୍ଦ୍ରରେ ୪ ଜୁନ, ୨୦୨୪କୁ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ, କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ଏହି ନିଷ୍ପତ୍ତି ନିଆଯିବ ।

ବର୍ତ୍ତମାନ ଷ୍ଟେଟବ୍ୟାଙ୍କର ଚେୟାରମ୍ୟାନ ଦିନେଶ ଖାରା କହିଛନ୍ତି ଯେ, ଯେଉଁମାନଙ୍କୁ ୬୩ ବର୍ଷ ହୋଇଛି ସେମାନେ ୨୮ ଅଗଷ୍ଟ ୨୦୨୪କୁ ନିଜ ପଦବୀରୁ ଅବସର ନେବେ । କାରଣ ସର୍ବାଧିକ ବୟସ ସୀମା ହେଉଛି ୬୩ ବର୍ଷ । ଏପର୍ଯ୍ୟନ୍ତ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରେ ଏସବିଆଇର ଚେୟାରମ୍ୟାନ ନିଯୁକ୍ତ ହୋଇଛନ୍ତି । ସାକ୍ଷାତକାରରେ ଆର୍ଥିକ ସେବା ପ୍ରତିଷ୍ଟାନ ବ୍ୟୁରୋ ଏହାର ମନୋନୀତ ନାମ ସହ ଜଡିତ ପରାମର୍ଶ ସରକାରଙ୍କୁ ଦାଖଲ କରେ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିଯୁକ୍ତି ଉପରେ କ୍ୟାବିନେଟ କମିଟି ଚୂଡାନ୍ତ ନିଷ୍ପତ୍ତି ନେଇଥାଏ ।