fbpx

ଏସବିଆଇ କ୍ଲର୍କ ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ଘୋଷଣା: ପ୍ରାର୍ଥୀମାନେ ଶୀଘ୍ର ଚେକ୍ କରନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଜୁନିୟର ଆସୋସିଏଟ୍ (କ୍ଲର୍କ) ପଦରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । କ୍ଲର୍କ ପଦର ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି । ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ ୱେବସାଇଟକୁ ଯାଇ ନିଜ ନିଜର ଫଳାଫଳ ଚେକ୍ କରିପାରିବେ । ଆଜି ପରୀକ୍ଷା ଫଳ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଥିଲା ।

ମୋଟ ୮୨୮୩ଟି ଜୁନିୟର ଆସୋସିଏଟ୍ ପଦ ପୂରଣ ପାଇଁ ଗତ ବର୍ଷ ନଭେମ୍ବର ମାସ ୧୭ ତାରିଖରୁ ଡିସେମ୍ବର ମାସ ୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ପରବର୍ତ୍ତୀ ସମୟରେ ଆବେଦନର ଅନ୍ତିମ ତାରିଖ ଡିସେମ୍ବର ମାସ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । କମ୍ପ୍ୟୁଟର ଆଧାରିତ ଟେଷ୍ଟ (ସିବିଟି) ମୋଡ଼ରେ ଜାନୁଆରୀ ମାସ ୫, ୬, ୧୧ ଓ ୧୨ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରିମିଲିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଆଗକୁ ମୁଖ୍ୟ ପରୀକ୍ଷା ଦେବେ ।

ଏଥିରେ ଆବେଦନ କରିବା ପାଇଁ ଚଳିତ ବର୍ଷ ଏପ୍ରିଲ ମାସ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଓ ସର୍ବାଧିକ ବୟସ ୨୮ ବର୍ଷ ରହିଥିଲା । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି), ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁସାରେ ବୟସ କୋହଳ କରାଯିବା ନେଇ ବିଜ୍ଞପ୍ତିରେ ଦର୍ଶାଯାଇଥିଲା । ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିଥିଲେ । ଜେନେରାଲ, ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ଓ ଓବିସି ପ୍ରାର୍ଥୀମାନେ ୭୫୦ ଟଙ୍କାର ଆବେଦନ ଫିସ୍ ଜମା କରିଥିଲେ । ଅନ୍ୟପକ୍ଷରେ ଏସସି / ଏସଟି / ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଥିଲା । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.