fbpx

SBI ଗ୍ରାହକଙ୍କ ପାଇଁ ବଡ଼ ସୂଚନା: ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ରାହକମାନେ ନୂଆ ଲକର ଏଗ୍ରିମେଣ୍ଟରେ ହସ୍ତାକ୍ଷର କରନ୍ତୁ, RBIର ନିର୍ଦ୍ଦେଶ

Advertisement

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ସମସ୍ତ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି ଆପଣମାନେ ଲକର ନେଇଛନ୍ତି ବା ନେବାକୁ ପ୍ଲାନିଂ କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବହୁତ ଜରୁରୀ । ବ୍ୟାଙ୍କ ଲକର ନେବା ପୂର୍ବରୁ ଆପଣଙ୍କୁ ସେଥିରେ ଲାଗୁଥିବା ଚାର୍ଜ ବିଷୟରେ ଜାଣିନେବା ଭଲ । ନଚେତ୍ ପରେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ ।

ଏସବିଆଇ ତା’ର ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ନୋଟିଫିକେସନ ଜାରି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନିର୍ଦ୍ଦେଶକକୁ ପାଳନ କରିବାକୁ ସମସ୍ତ ଲକର ଗ୍ରାହକଙ୍କୁ କୁହାଯାଇଛି । ସେଥିପାଇଁ ଗ୍ରାହକମାନେ ନିଜର ବ୍ୟାଙ୍କ ଶାଖାକୁ ଯାଇ ଯଥାସମ୍ଭବ ନୂଆ ଲକର ଏଗ୍ରିମେଣ୍ଟ ସାଇନ୍ କରିଦିଅନ୍ତୁ । ଟ୍ୱିଟ କରି ଏସବିଆଇ ଏହି ଘୋଷଣା କରିଛି । ଗ୍ରାହକମାନେ ହସ୍ତାକ୍ଷର କରିବା ପୂର୍ବରୁ ନୂଆ ଏଗ୍ରିମେଣ୍ଟର ନୋଟିସକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି ।

ଜୁନ ମାସ ୩୦ ତାରିଖ ସୁଦ୍ଧା ଲକର ଗ୍ରାହମାନେ ନୂଆ ଏଗ୍ରିମେଣ୍ଟରେ ହସ୍ତାକ୍ଷର କରିବାକୁ ଆରବିଆଇ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି । ଏଥିସହିତ ବ୍ୟାଙ୍କମାନେ ନିଜର ଗ୍ରାହକଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ସହିତ ଆରବିଆଇର କୁଶଳ ପୋର୍ଟାଲରେ ନିଜର ଲକର ଏଗ୍ରିମେଣ୍ଟର ସ୍ଥିତି ଅପଡେଟ୍ କରିବାକୁ କୁହାଯାଇଛି । ଏସବିଆଇର ଗ୍ରାହକଙ୍କ ପାଇଁ ଆକାର ଓ ସ୍ଥାନ ଆଧାରରେ ଲକର ଚାର୍ଜ ଅଲଗା ଅଲଗା ହୋଇଥାଏ । ଛୋଟ ଓ ମଧ୍ୟମ ଆକାରର ଲକର ଉପରେ ଜିଏସଟି ସହିତ ୫୦୦ ଟଙ୍କାର ଶୁଳ୍କ ଲାଗିବ । ସେହିପରି ବଡ଼ ଲକର ପାଇଁ ୧୦୦ ଟଙ୍କର ପଞ୍ଜୀକରଣ ଶୁଳ୍କ ସହିତ ଜିଏସଟି ଲାଗିବ । ସହର ବା ମେଟ୍ରୋ ସହରର ଛୋଟ ଲକର ପାଇଁ ଏସବିଆଇ ଗ୍ରାହକଙ୍କୁ ୨ ହଜାର ଟଙ୍କା ଓ ଜିଏସଟି ଭରିବାକୁ ପଡ଼ିବ । ଆଗକୁ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ନୂଆ ଲକର ଏଗ୍ରିମେଣ୍ଟରେ ହସ୍ତାକ୍ଷର କରିବାକୁ ଏସବିଆଇ ପକ୍ଷରୁ ଗ୍ରାହକଙ୍କୁ କୁହାଯାଇଛି ।

Get real time updates directly on you device, subscribe now.