fbpx

ନୂଆବର୍ଷ ପୂର୍ବରୁ SBI ଦେଲା ଶକ୍ତ ଝଟକା, ଏହି ଗ୍ରାହକମାନଙ୍କର ବଢ଼ିଯିବ EMI

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBI ନୂଆ ବର୍ଷ ପୂର୍ବରୁ ନିଜ ଗ୍ରାହକମାନଙ୍କୁ ଝଟକା ଦେଇଛି । ବ୍ୟାଙ୍କ ନିଜ ସୁଧହାରରେ ବୃଦ୍ଧି କରିଛି । ବ୍ୟାଙ୍କ ବୁଧବାର ଦିନ ଗ୍ରାହକଙ୍କୁ ଝଟକା ଦେଇ ସୁଧହାରରେ ୧୦ ବେସ୍ ରେଟ୍ ବୃଦ୍ଧି କରିଛି । SBIର ଏହି ପଦକ୍ଷେପ ଯୋଗୁଁ ଗ୍ରାହକମାନଙ୍କ ପାଇଁ ଋଣ ନେବା ଏବେ ମହଙ୍ଗା ପଡ଼ିବ । ଅନ୍ୟପଟେ ବ୍ୟାଙ୍କ କିଛି ଏଫଡି ଉପରେ ସୁଧହାର ବଢ଼ାଇଛି, କିନ୍ତୁ ଏହାର ଫାଇଦା କିଛି ଲୋକ ଉଠାଇପାରିବେ ।

SBIର ୱେବସାଇଟ ଅନୁସାରେ, ବେସ୍ ରେଟରେ ୧୦ ବିପିଏସ ବୃଦ୍ଧି ହୋଇଛି । ନୂଆ ଦର ୧୫ ଡିସେମ୍ବରରୁ ଲାଗୁ ହୋଇଛି । ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ବ୍ୟାଙ୍କ ୫ ପଏଣ୍ଟ ହ୍ରାସ କରି ବେସ ରେଟକୁ ୭,୪୫% କରିଥିଲା ।

SBIର ଏହି ନିଷ୍ପତ୍ତି ଯୋଗୁଁ ୨୦୧୯ ପୂର୍ବରୁ ଲୋନ୍ ନେଇଥିବା ଗ୍ରାହକମାନଙ୍କୁ କ୍ଷତି ସହିବାକୁ ପଡିବ । ୨୦୧୯ ଜାନୁଆରୀରୁ ରେପୋ ରେଟରୁ Linked External Benchmark Lending Rate (EBLR)କୁ ଗ୍ରହଣ କରିଛି । ଇବିଏଲଆରରେ ବର୍ତ୍ତମାନ ସୁଦ୍ଧା କୌଣସି ପରିବର୍ତ୍ତନ ହୋଇନାହିଁ । ଏଥିପାଇଁ ୨୦୨୯ ପରେ SBIରୁ ଲୋନ ନେଇଥିବା ଗ୍ରାହକମାନଙ୍କ ଉପରେ ପୂଆ ପରିବର୍ତ୍ତନର କୌଣସି ପ୍ରଭାବ ପଡିବ ନାହିଁ ।

ପ୍ରାଇମ ଲେଣ୍ଡିଙ୍ଗ ରେଟ୍ ବା ପିଏଲଆରକୁ ମଧ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି SBI । ଦେଶର ସର୍ବ ବୃହତ ଋଣଦାତା ବିଏଲଆରରେ ୨.୫ ପ୍ରତିଶତ ବୃଦ୍ଧି କରି ଏହାକୁ ୧୦ ପ୍ରତିଶତରୁ ୧୨.୩୦ ପ୍ରତିଶତକୁ ବୃଦ୍ଧି କରିଛି । ବେସ୍ ରେଟରେ ୧୦ ବେସିସ୍ ପଏଣ୍ଟ ଅର୍ଥାତ୍ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ପରେ ଏବେ ନୂଆ ଦର ୭.୫୫ ପ୍ରତିଶତ ହେବ ।

ବ୍ୟାଙ୍କ ଦ୍ୱାରା ବେସ୍ ରେଟ୍ ବୃଦ୍ଧି କରାଯିବା ପରେ ଏହାର ସିଧା ପ୍ରଭାବ ନିଜ ଗ୍ରାହକମାନଙ୍କ ଉପରେ ପଡ଼ିବ । ବେସ୍ ରେଟ୍ ବୃଦ୍ଧି ପରେ ସୁଧ ହାର ବି ମହଙ୍ଗା ହୋଇଯିବ, ଫଳରେ ଲୋନ୍ ନେଇଥିବା ଗ୍ରାହକମାନଙ୍କୁ ଅଧିକ ସୁଧ ନେବାକୁ ପଡ଼ିବ । ବ୍ୟାଙ୍କର ପଦକ୍ଷେପ ଯୋଗୁଁ ହୋମ୍ ଲୋନ୍, ଅଟୋ ଲୋନ୍, ବ୍ୟବସାୟ ଲୋନ୍ ଓ ପର୍ସନାଲ ଲୋନର ହାର ବଢ଼ିଯିବ । ଗ୍ରାହକମାନଙ୍କୁ ଏବେ ପୂର୍ବ ତୁଳନାରେ ଅଧିକ ଇଏମଆଇ ଦେବାକୁ ପଡ଼ିବ ।

Get real time updates directly on you device, subscribe now.