SBI ନିଜ ଗ୍ରାହକଙ୍କୁ ଦେଲା ବଡ଼ ଝଟକା, ଗୋଟିଏ ମାସରେ ଦ୍ୱିତୀୟ ଥର ଏତେ ହ୍ରାସ କଲା FD ସୁଧ

ଏସବିଆଇ ଏଫଡି ଉପରେ ଏତିକି ହ୍ରାସ କଲା ସୁଧ ହାର

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ପୁଣିଥରେ ଏକ ବଡ଼ ଝଟକା ଦେଇଛି। ବ୍ୟାଙ୍କ ଏଫଡି ଉପରେ ପୁଣି ଥରେ ସୁଧ ହାର ହ୍ରାସ କରିଛି। ଏସବିଆଇ ସାଧାରଣ ଲୋକଙ୍କୁ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ନିଜର ଏଫଡି ସୁଧ ଦରରେ ହ୍ରାସ କରିଛି। ଯାହା ୧୬ ମେ, ୨୦୨୫ରେ ଲାଗୁ ହୋଇଛି।

ବ୍ୟାଙ୍କର ୱେବସାଇଟ ଅନୁସାରେ, ଏସବିଆଇ ଏଫଡି ଦରରେ ୨୦ ବିପିଏସର ହ୍ରାସ କରିଛନ୍ତି। ଗତ ଥର ୧୦ ଅପ୍ରେଲ ୨୦୨୫ରେ ଏସବିଆଇ ଏଫଡିରେ ସୁଧ ଦର ହ୍ରାସ କରିଥିଲା। ଅର୍ଥାତ ପୂର୍ବ ଏଫଡି ଦରରେ ହ୍ରାସ ଠିକ୍ ଗୋଟିଏ ମାସ ପରେ ଦ୍ୱିତୀୟ ଥର ହ୍ରାସ ହୋଇଛି।

ହ୍ରାସ ପରେ ଏଫଡିରେ ସୁଧ ଦର: ଏସବିଆଇ ଦ୍ୱାରା ସମସ୍ତ ଅବଧିରେ ୨୦ ବିପିଏସ ହ୍ରାସ ପରେ, ୩ କୋଟି ଟଙ୍କାରୁ କମ ରାଶି ପାଇଁ ସାଧାରଣ ନାଗରିକଙ୍କ ପାଇଁ ୩.୩୦% ଏବଂ ୬.୭୦% ବାର୍ଷିକ ମଧ୍ୟରେ ଏଫଡି ଉପରେ ସୁଧ ଦେବ।

ଏହା ପୂର୍ବରୁ ଏସବିଆଇ ୭ ଦିନଠାରୁ ୧୦ ବର୍ଷ ପର୍ଯ୍ୟନ୍ତ ଅବଧିର ଏଫଡି ଉପରେ ୩.୫୦% ଠାରୁ ନେଇ ୬.୯% ପ୍ରତି ବାର୍ଷିକ ସୁଧ ପ୍ରଦାନ କରୁଥିଲା।