fbpx

ଏଣିକି ପିଲାଙ୍କ ପାଇଁ ବି ହେବ ଏଟିଏମ୍ କାର୍ଡ, ଦୈନିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇବାର ମିଳିବ ସୁବିଧା; ଖୋଲନ୍ତୁ ଏହି ବ୍ୟାଙ୍କରେ ଖାତା

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆପଣଙ୍କ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଆଣିଛି । ଏଥିରେ ଗ୍ରାହକମାନଙ୍କୁ ଅନଲାଇନ୍ ମାଧ୍ୟମରେ ଖାତା ଖୋଲିବାର ସୁବିଧା ମିଳୁଛି । ହେଲେ ଏହି ସୁବିଧା କେବଳ ନାବାଳକ ମାନଙ୍କୁ ଧ୍ୟାନରେ ରଖି କରାଯାଇଛି । ଏହି ସୁବିଧାର ନାମ ପେହେଲା କଦମ୍, ପେହଲି ଉଡାନ୍ ରଖାଯାଇଛି । ଏଥିରେ ବ୍ୟାଙ୍କ ପିଲାମାନଙ୍କୁ ଆକାଉଣ୍ଟ ଖୋଲିବାର ସୁବିଧା ମିଳିବ । ଏହା ସହିତ ଏଟିଏମ୍ ସୁବିଧା ମଧ୍ୟ ଉପଲବ୍ଧ ହେବ ।

ଏସବିଆଇ ମୁତାବକ, ବ୍ୟାଙ୍କିଙ୍କ୍ ରେ ଖାତା ବ୍ୟବହାର ଇଣ୍ଟରନେଟ୍ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍କ୍ ଦ୍ୱାରା ହୋଇପାରିବ । ଏହାଦ୍ୱାରା ପିଲାମାନଙ୍କ ମଧ୍ୟରେ ଟଙ୍କା ସଞ୍ଚିବା ଭଳି ଆଗ୍ରହ ଆସିପାରିବ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ।

ଏହି ସୁବିଧା ଦ୍ୱାରା ଯେକୌଣସି ବୟସର ନାବାଳିକ ମାନେ ଖାତା ଖୋଲିପାରିବେ । ଆଉ ଏହାସହିତ ମାତା-ପିତା, ପିଲାମାନଙ୍କ ସହିତ ଗାର୍ଡିୟନ୍ ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ । ଏହାକୁ ପିଲା ମାନେ ଅଥବା ଗାର୍ଡିୟାନ୍ ଅପରେଟ୍ କରିପାରିବେ । ଏହାଦ୍ୱାରା ସବୁ ପ୍ରକାର ପେମେଣ୍ଟ ଏବଂ ବିଲ୍ ଭରିପାରିବେ । ଏଥିରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦୈନିକ ଟ୍ରାନଜାକ୍ସନ୍ କରିବାର ଲିମିଟ୍ ରହିଛି । ଏଟିଏମ୍ କାର୍ଡ କରିବାର ସୁବିଧା ମିଳିପାରିବ । ଏଥିରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ । ଏହାକୁ ପିଲା କିମ୍ବା ପ୍ୟାରେଣ୍ଟସ୍ ଙ୍କ ନାମରେ ଜାରି କରାଯିବ ।

କେମିତି ଖୋଲିବେ ଆକାଉଣ୍ଟ

୧. ପ୍ରଥମେ ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଆନ୍ତୁ । ପର୍ସନାଲ୍ ବ୍ୟାଙ୍କିଙ୍କ୍ କୁ କ୍ଲିକ୍ କରନ୍ତୁ ।
୨. ଏବେ ଆକାଉଣ୍ଟସ୍ ଟ୍ୟାବ୍ କୁ କ୍ଲିକ୍ କରି ସେଭିଂସ୍ ଆକାଉଣ୍ଟ ଅଫ୍ ମାଇନର୍ସର ବିକଳ୍ପକୁ ଚୟନ କରନ୍ତୁ ।
୩. ଏହା ପରେ ଆବେଦନ ଉପରେ କ୍ଲିକ୍ କରନ୍ତୁ । ତା’ପରେ ଆପଣ ଡିଜିଟାଲ୍ ଏବଂ ଇନଷ୍ଟା ସେଭିଂ ଆକାଉଣ୍ଟର ଏକ ପପ୍-ଅପ୍ ଫିଚର୍ ଦେଖିବାକୁ ପାଇବେ ।
୪. ଏବେ Open a Digital Account କ୍ଲିକ୍ କରିବାକୁ ପଡ଼ିବ । ଏହାପରେ ଆପ୍ଲାଏ କୁ ଚୟନ କରିବାକୁ ପଡ଼ିବ ।
୫. ଏଥିପାଇଁ ଆପଣଙ୍କ ସବୁ ଡିଟେଲ୍ ଦେବାକୁ ପଡ଼ିବ । ତେବେ ଏହି ପ୍ରକ୍ରିୟାକୁ ପୂରା କରିବାକୁ ଆପଣଙ୍କୁ ଥରେ ଏସବିଆଇ ବ୍ରାଞ୍ଚକୁ ଯିବାକୁ ପଡ଼ିବ । ଏହା ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ହୋଇପାରିବ ।

Get real time updates directly on you device, subscribe now.