fbpx

ଏସବିଆଇରେ ଶୀଘ୍ର ବାହାରିବ ୧୦,୦୦୦ ନିଯୁକ୍ତି, ଖୋଲିବ ୬୦୦ ନୂଆ ବ୍ରାଞ୍ଚ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହି ଆର୍ôଥକ ବର୍ଷରେ ୧୦,୦୦୦ ଚାକିରି ବାହାର କରିବାକୁ ନିଷ୍ପତ୍ତି ନେଇଛି । ବ୍ୟାଙ୍କର ସାଧାରଣ ଆବଶ୍ୟକତା ଏବଂ ଟେକ୍ନୋଲୋଜି ବିକାଶକୁ ଦୃଷ୍ଟିରେ ରଖି ଏସବିଆଇ ଏହି ନିଷ୍ପତ୍ତି ନେଇଛି ।

ଏସବିଆଇ ଟେକ୍ନୋଲୋଜିରେ ବହୁ ନିବେଶ କରିଛି, ଯାହା ବ୍ୟାଙ୍କକୁ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବା ସହିତ ଡିଜିଟାଲ ଚ୍ୟାନେଲକୁ ମଜବୁତ କରିବାରେ ସାହାଯ୍ୟ କରିବ ।

୧,୫୦୦ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା :

ଏସବିଆଇ ଚେୟାରମ୍ୟାନ୍ ସିଏସ୍ ଶେଟ୍ଟୀ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଆମେ ସାଧାରଣ ବ୍ୟାଙ୍କିଙ୍ଗ୍ ଏବଂ ଟେକ୍ନିକାଲ୍ କ୍ଷେତ୍ରରେ ଆମର କର୍ମଜୀବୀଙ୍କୁ ମଜବୁତ କରିବାକୁ ଚାହୁଁଛୁ । ସମ୍ପ୍ରତି ଆମେ ଟେକ୍ନୋଲୋଜି କ୍ଷେତ୍ର ସହିତ ଜଡିତ ୧,୫୦୦ ଲୋକଙ୍କୁ ନିଯୁକ୍ତି ଦେଇଛୁ । ବରିଷ୍ଠ ପଦବୀରେ ପ୍ରବେଶ ସ୍ତର ପାଇଁ ଏହି ନିଯୁକ୍ତି ଦିଆଯାଇଛି ।

ଟେକ୍ନୋଲୋଜି ନିଯୁକ୍ତି ଉପରେ ଧ୍ୟାନ :-

ଆମର ଟେକ୍ନୋଲୋଜି ନିଯୁକ୍ତିରେ ଡାଟା ସାଇଣ୍ଟିଷ୍ଟ୍, ଡାଟା ଆର୍କିଟେକ୍ଟସ୍ ଏବଂ ନେଟୱାର୍କ ଅପରେଟର୍ସ ଭଳି ବିଭିନ୍ନ ପଦବୀ ଅନ୍ତର୍ଭୁକ୍ତ । ବର୍ତ୍ତମାନ ଆମେ ଟେକ୍ନୋଲୋଜି ପୋଷ୍ଟଗୁଡିକରେ ଅଧିକ ନିଯୁକ୍ତି ଦେବୁ । ଏହି ଆର୍ôଥକ ବର୍ଷରେ ଆମେ ୮,୦୦୦-୧୦,୦୦୦ ଲୋକଙ୍କୁ ନିଯୁକ୍ତି ଦେଇପାରିବା । ସାଧାରଣ ଏବଂ ବିଶେଷ ପଦବୀ ମଧ୍ୟ ଏଥିରେ ରହିବ ।

Get real time updates directly on you device, subscribe now.