fbpx

ଏସଏମଏସ- ମିସ୍ଡ କଲ୍ ଜରିଆରେ ଜାଣନ୍ତୁ ବାଲାନ୍ସ, ଏମିତି ରହିଛି ପ୍ରୋସେସ୍

Advertisement

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଅଛି ଦେଖିବାକୁ ସାଧାରଣତଃ ବ୍ୟାଙ୍କ ଶାଖା କିମ୍ବା ଏଟିଏମକୁ ଯିବାକୁ ପଡ଼ିଥାଏ ନହେଲେ ମୋବାଇଲରେ ଇଣ୍ଟରନେଟ୍ ସାହାଯ୍ୟରେ ବାଲାନ୍ସ ଦେଖିହୁଏ । କିନ୍ତୁ ଯଦି ଆପଣଙ୍କର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ୍ ଅଛି, ତେବେ ଆକାଉଣ୍ଟ୍ ବାଲାନ୍ସ ଜାଣିବା ପାଇଁ ଆପଣଙ୍କୁ ବ୍ୟାଙ୍କ ଶାଖାକୁ ଯିବାର ଆବଶ୍ୟକତା ନାହିଁ କାରଣ ଘରେ ଏବଂ ବିନା ଇଣ୍ଟରନେଟରେ ମଧ୍ୟ ଆପଣ ବ୍ୟାଙ୍କ ବାଲାନ୍ସ ଜାଣିପାରିବେ । ଏସବିଆଇ କ୍ୱିକ-ମିସ୍ଡ କଲ୍ ବ୍ୟାଙ୍କିଙ୍ଗ୍ ସେବା ମାଧ୍ୟମରେ, ଆପଣ ମିସ୍ କଲ୍ କିମ୍ବା ମେସେଜ୍ ମାଧ୍ୟମରେ ଅନେକ ସୂଚନା ପାଇପାରିବେ  ।

‘ଏସବିଆଇ କ୍ୱିକ-ମିସ୍ଡ କଲ୍ ବ୍ୟାଙ୍କିଙ୍ଗ୍’ ଅଧୀନରେ ସେବା ପାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ପଞ୍ଜିକରଣ କରିବାକୁ ପଡ଼ିବ  । ଏଥିପାଇଁ ଆପଣଙ୍କୁ ରେଡିଷ୍ଟର୍ଡ ମୋବାଇଲ ନମ୍ବରରୁ ଏକ ମେସେଜ କରିବାକୁ ହେବ । ପ୍ରଥମେ REG ଟାଇପ୍ କରିବାକୁ ପଡିବ, ତା’ପରେ ସ୍ପେସ୍ ଦେଇ ଆପଣଙ୍କର ଆକାଉଣ୍ଟ୍ ନମ୍ବର ଲେଖିବାକୁ ହେବ ଏବଂ 09223488888କୁ ମେସେଜ ପଠାଇବାକୁ ହେବ ।

ମିସ୍ଡ କଲ ଦ୍ୱାରା ଏମିତି ପାଇପାରିବେ ତଥ୍ୟ:

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଟୋଲ ଫ୍ରି ନମ୍ବର 09223766666 ଜାରି କରିଛି । ଆକାଉଣ୍ଟ ବାଲାନ୍ସ ସମ୍ବନ୍ଧୀୟ ସୂଚନା ପାଇବାକୁ ଚାହୁଥିଲେ ଆପଣଙ୍କୁ ଉକ୍ତ ଟୋଲ ଫ୍ରି ନମ୍ବରରେ ଏକ ମିସ୍ଡ କଲ କରିବାକୁ ହେବ । ଏହାର କିଛି ସେକେଣ୍ଡ ପରେ, ସଂପୂର୍ଣ୍ଣ ସୂଚନା ଆପଣଙ୍କୁ ମେସେଜ ମାଧ୍ୟମରେ ପାଇଯିବେ  ।

ଏସଏମଏସ ମାଧ୍ୟମରେ ଏମିତି ପାଇପାରିବେ ତଥ୍ୟ:

ଏସଏମଏସ ମାଧ୍ୟମରେ ଆକାଉଣ୍ଟ ବାଲାନ୍ସ ଜାଣିବାକୁ ଚାହୁଥିଲେ । ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ BAL ଟାଇପ୍ କରି 09223766666 କୁ ମେସେଜ ପଠାଇବାକୁ ପଡିବ । ଏହାର କିଛି ସେକେଣ୍ଡ ପରେ, ସଂପୂର୍ଣ୍ଣ ସୂଚନା ଆପଣଙ୍କୁ ମେସେଜ ମାଧ୍ୟମରେ ପଠାଯିବ  ।

ମିନି ଷ୍ଟେଟମେଣ୍ଟ ଜାଣିବାକୁ ଚାହୁଥିଲେ ଆପଣଙ୍କୁ MSTMT ଟାଇପ କରି 09223866666 କୁ ପଠାଇବାକୁ ପଡିବ  ।

ସେହିଭଳି ଯଦି ଆପଣ ଏସବିଆଇର ଚେକ୍ ବୁକ୍ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ CHQREQ ଟାଇପ୍ କରି 09223588888କୁ ପଠାଇବାକୁ ପଡିବ  ।

Get real time updates directly on you device, subscribe now.