SBIରେ ପୁଣି ନିଯୁକ୍ତି ସୁଯୋଗ: ୧୦୪୦ଟି ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ପୁଣି ଆସିଛି ନିଯୁକ୍ତି ସୁଯୋଗ । ନିକଟରେ ଏସବିଆଇ ପକ୍ଷରୁ କ୍ଲର୍କ ଓ ସିନିୟର ଭାଇସ୍ ପ୍ରେସିଡେଣ୍ଟ, ମ୍ୟାନେଜର ଆଦି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି କିଛି ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ୧୦୪୦ଟି ସ୍ପୋଲିଷ୍ଟ କ୍ୟାଡର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ଜୁଲାଇ ୧୯ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଅଗଷ୍ଟ ୮ରେ ତାହା ସମାପ୍ତ ହେବ । ଜେନେରାଲ, ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୭୫୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ସେହିପରି ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି । ପ୍ରାର୍ଥୀମାନେ ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ଅନଲାଇନରେ ପେମେଣ୍ଟ କରିପାରିବେ ।
ଚଳିତ ବର୍ଷ ଏପ୍ରିଲ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କୁ ସେଣ୍ଟ୍ରାଲ ରିସର୍ଚ୍ଚ ଟିମ୍ (ପ୍ରଡକ୍ଟ ଲିଡ), ସେଣ୍ଟ୍ରାଲ ରିସର୍ଚ୍ଚ ଟିମ (ସପୋର୍ଟ), ପ୍ରୋଜେକ୍ଟ ଡେଭଲପମେଣ୍ଟ ମ୍ୟାନେଜର (ଟେକ୍ନୋଲୋଜି), ପ୍ରୋଜେକ୍ଟ ଡେଭଲପମେଣ୍ଟ ମ୍ୟାନେଜର (ବିଜିନେସ), ରିଲେସନଶିପ୍ ମ୍ୟାନେଜର, ଭିପି ୱେଲଥ ପ୍ଳସ, ରିଲେସନଶିପ୍ ମ୍ୟାନେଜର- ଟିମ ଲିଡ୍, ଆଞ୍ଚଳିକ ମୁଖ୍ୟ, ଇନଭେଷ୍ଟମେଣ୍ଟ ସ୍ପେଶାଲିଷ୍ଟ, ଇନଭେଷ୍ଟମେଣ୍ଟ ଅଧିକାରୀ ପଦରେ ନିଯୁକ୍ତି ଦିଆଯିବ ।
ଅନଲାଇନ୍ ଆବେଦନ ଲିଙ୍କ: https://recruitment.bank.sbi/crpd-sco-2024-25-09/apply
ନୋଟିଫିକେସନ ଲିଙ୍କ: https://sbi.co.in/documents/77530/43947057/180724-ADV_CRPD_SCO_2024_25_09.pdf/7b68375a-8f15-7c0f-3a0b-3d719d6afded?t=1721318431793