ନୂଆଦିଲ୍ଲୀ,୧୩ ।୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ଟେକନିକାଲ ସମସ୍ୟା ଯୋଗୁଁ ଠପ୍ ହୋଇଛି । ଖୋଦ୍ ବ୍ୟାଙ୍କ ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛି । କିନ୍ତୁ ଏଟିଏମ ଓ ପିଓଏସ ମେସିନ୍ ଏଥିରେ ପ୍ରଭାବିତ ହୋଇନାହିଁ ।
We request our customers to bear with us. Normal service will resume soon.#SBI #StateBankOfIndia #ImportantNotice #YONOSBI #OnlineSBI pic.twitter.com/dDFAgmGLQl
— State Bank of India (@TheOfficialSBI) October 13, 2020
ବ୍ୟାଙ୍କ ଟ୍ୱିଟରେ ଲେଖିଛି ଯେ, ‘ ଆମେ ଆମର ଗ୍ରାହକମାନଙ୍କୁ ଅନୁରୋଧ କରୁଛି ଯେ ଆମ ସହ ରୁହନ୍ତୁ । ଖୁବଶୀଘ୍ର ସାଧାରଣ ସେବାଗୁଡିକ ଆରମ୍ଭ ହେବ ।’ ତେବେ ଏସବିଆଇର ପ୍ରାୟ ୪୪ କୋଟି ଗ୍ରାହକ ଅଛନ୍ତି । ଏହାର କାରଣ ଏସବିଆଇ ହେଉଛି ଦେଶର ସର୍ବବୃହତ ବ୍ୟାଙ୍କ । ସମଗ୍ର ଦେଶରେ ଏସବିଆଇର ପ୍ରାୟ ୨୪ଟି ଶାଖା ରହିଛି ।