fbpx

SBI ଗ୍ରାହକଙ୍କୁ ବଡ଼ ଉପହାର: କମ୍ ସୁଧରେ ମିଳୁଛି Home Loan, ଶୀଘ୍ର ପାଆନ୍ତୁ ନିଜର ସ୍ୱପ୍ନର ଘର

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଗ୍ରାହକଙ୍କ ପାଇଁ ଏକ ଭଲ ଖବର ଆସିଛି । ଖୁବଶୀଘ୍ର ହୋମ୍ ଲୋନ୍ ସୁଧ ଦର ହ୍ରାସ ପାଇବାକୁ ଯାଉଛି । ବିଶେଷକରି ମହିଳାମାନେ ଏଥିରୁ ଅଧିକ ଫାଇଦା ପାଇପାରିବେ । ମହିଳାମାନଙ୍କୁ କମ୍ ସୁଧରେ ହୋମ୍ ଲୋନ୍ ମିଳିପାରିବ । ଏଣିକି ଆପଣମାନେ ନିଜର କ୍ରେଡିଟ ସ୍କୋର ଅନୁଯାୟୀ ହୋମ୍ ଲୋନ୍ ସୁଧ ପାଇପାରିବେ । ଅର୍ଥାତ ଆପଣଙ୍କର କ୍ରେଡିଟ ସ୍କୋର ଯେତେ ଭଲ ରହିବ ସେହି ଅନୁପାତରେ ଆପଣମାନେ କମ୍ ହାରରେ ସୁଧ ପାଇବେ ।

ଏ ବାବଦରେ ଏସବିଆଇ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ ଶେୟାର କରିଛି । ଏସବିଆଇ ପକ୍ଷରୁ କୁହାଯାଇଛି ଯେ, ‘ଏସବିଆଇ ହୋମ ଲୋନ ସହିତ ଆପଣ ନିଜର ସ୍ୱପ୍ନର ଘର ପାଆନ୍ତୁ । ୧୮ ବର୍ଷରୁ ଆରମ୍ଭ କରି ୭୦ ବର୍ଷ ବୟସର ଲୋକମାନେ ଏହି ଲୋନ୍ ନେଇପାରିବେ । ଏସବିଆଇର ନିୟମିତ ହୋମ୍ ଲୋନରେ ଫ୍ଲେକ୍ସିପେ, ଏନଆରଆଇ ହୋମ୍ ଲୋନ, ଗୈର-ବେତନଭୋଗୀଙ୍କୁ ହୋମ୍ ଲୋନ୍, ଡିଫରେଂଶିଆଲ ଅଫରିଙ୍ଗ, ପ୍ରିଭିଲେଜ, ଶୌର୍ଯ୍ୟ ଓ ନିଜର ଘର ସାମିଲ ରହିଛି ।

ଏହି ଲୋନ୍ ପାଇବାକୁ ହେଲେ ଏସବିଆଇ ପକ୍ଷରୁ ଅନେକ ସର୍ତ୍ତ ରଖାଯାଇଛି । ଲୋନଧାରୀ ଜଣେ ଭାରତୀୟ ହୋଇଥିବେ ଓ ଲୋନର ସମୟସୀମା ୩୦ ବର୍ଷ ରହିବ । ଏସବିଆଇ ବର୍ତ୍ତମାନ ୬.୬୫ ହାରରେ ହୋମ୍ ଲୋନ୍ ପ୍ରଦାନ କରୁଛି । ଏଥିସହିତ ଏସବିଆର ହୋମ୍ ଲୋନରେ ଅନେକ ଫାଇଦା ମଧ୍ୟ ରହିଛି । ସେଥିମଧ୍ୟରେ କମ୍ ସୁଧ ଦର, କମ୍ ପ୍ରୋସେସିଂ ଫି, ପରୋକ୍ଷ ଫିସ୍ ନାହିଁ, ପ୍ରିପେମେଣ୍ଟ ନାହିଁ, ହିଡେନ୍ ଚାର୍ଜ ନାହିଁ, ୩୦ ବର୍ଷ ବୈଧତା, ହୋମ୍ ଲୋନ୍ ଓଭରଡ୍ରାଫ୍ଟ ଆକାରରେ ମିଳିବା ଆଦି ଅନ୍ତର୍ଭୁକ୍ତ ରହିଛି ।

Get real time updates directly on you device, subscribe now.