fbpx

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବିନା ପରୀକ୍ଷାରେ ନିଯୁକ୍ତି ସୁଯୋଗ, ମୋଟ ୧୪୩୮ ଟି ପଦବୀ ଖାଲି

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଭିତ୍ତିରେ କଲେକସନ୍ ଫାସିଲିଟେଟର୍ସ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ପାଇଁ ଏସବିଆଇର ଅବସରପ୍ରାପ୍ତ ଅଧିକାରୀ ଏବଂ ଏସବିଆଇର ଆସୋସିଏଟ୍ସ ମାନେ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୪୩୮ ଟି ପଦବୀ ପୂରଣ ହେବ ।

ଏହି ପଦବୀରେ ନିଯୁକ୍ତି ପାଇଁ ୨୨ ଡିସେମ୍ବର ୨୦୨୨ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ ୧୦ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅହମ୍ମଦାବାଦ, ଚଣ୍ଡିଗଡ଼, ହାଇଦ୍ରାବାଦ, ଜୟପୁର, ପାଟନା, ମହାରାଷ୍ଟ୍ର, ଚେନ୍ନାଇ, ନୂଆଦିଲ୍ଲୀ ସମେତ ଅନେକ ରାଜ୍ୟର ସର୍କଲରେ ମୋଟ ୧୪୩୮ ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ଡ୍ରାଇଭ୍ ହେବ ।

କେଉଁମାନେ ଆବେଦନ କରିପାରିବ?
ଅବସରପ୍ରାପ୍ତ ଅଧିକାରୀ କିମ୍ବା କର୍ମଚାରୀ ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୨୨ ଡିସେମ୍ବର ୨୦୨୨ ରେ ୬୩ ବର୍ଷରୁ ଅଧିକ ହେବା ଉଚିତ ନୁହେଁ । ଚାକିରି ସମୟରେ ସେମାନଙ୍କର ଏକ ଭଲ ଟ୍ରାକ୍ ରେକର୍ଡ ରହିବା ଜରୁରୀ । ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ପୃକ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ କାର୍ଯ୍ୟ ଅଭିଜ୍ଞତା ଏବଂ ସାମଗ୍ରିକ ବୃତ୍ତିଗତ ଦକ୍ଷତା ରହିବା ଉଚିତ୍ । ଅଧିକ ବିବରଣୀ ପାଇଁ, ଆପଣ ଏସ୍‌ବିଆଇର ଅଫିସିଆଲ ବେବ୍‌ସାଇଟ୍‌କୁ ଯାଇ ଯାଞ୍ଚ କରିପାରିବେ ।

ମୋଟ୍ କାଲି ଥିବା ପଦବୀ: ୧୪୩୮।

ସାଧାରଣ – ୬୮୦ ପୋଷ୍ଟଗୁଡିକ ।
ଇଡବ୍ଲ୍ୟୁଏସ୍ – ୧୨୫ ପୋଷ୍ଟଗୁଡିକ ।
ଓବିସି- ୩୧୪ ପୋଷ୍ଟଗୁଡିକ ।
ଏସ୍‌ସି – ୧୯୮ ପୋଷ୍ଟଗୁଡିକ ।
ଏସ୍‌ଟି- ୧୨୧ ପୋଷ୍ଟଗୁଡିକ ।

ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ସର୍ଟଲିଷ୍ଟ ହୋଇଥିବା ଆବେଦନକାରୀଙ୍କୁ ସାକ୍ଷାତକାର ରାଉଣ୍ଡ ପାଇଁ ଡକାଯିବ ଯାହା ପରେ ମେରିଟ୍ ତାଲିକା ପ୍ରସ୍ତୁତ ହେବ ।

ଆପଣ କେତେ ଦରମା ପାଇବେ?

Clerical- ମାସକୁ ୨୫,୦୦୦ ଟଙ୍କା ।
JMGS-I-ମାସକୁ ୩୫,୦୦୦ ଟଙ୍କା ।
MMGS-II and MMGS-III- ମାସକୁ ୪୦,୦୦୦ ଟଙ୍କା ।

Get real time updates directly on you device, subscribe now.