ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦେଶରେ ସୃଷ୍ଟି ହୋଇଥିବା ହାହା କାର ପରିସ୍ଥିତିର ସାମ୍ନା କରିବା ପାଇଁ ଗରିବ ଲୋକମାନଙ୍କୁ ମାଗଣାରେ ଖାଦ୍ୟସଶ୍ୟ ବଣ୍ଟନ କରିଥିଲେ । ଯାହା ଫଳରେ ଲୋକେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥିଲେ। ତେବେ ସରକାରଙ୍କ ଏହି ନିଷ୍ପତିର ଅନ୍ୟାନ୍ୟ ଦିଗ ପ୍ରତି ପଡିଥିବା ପ୍ରଭାବର ଫଳାଫଳ ଏବେ ସାମ୍ନାକୁ ଆସିଛି। ସରକାରଙ୍କ ଦ୍ୱାରା ମାଗଣାରେ ଚାଉଳ ଗହମ ଆଦି ବଣ୍ଟନ କାରଣୁ ଦେଶରେ ଲୋକମାନଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ପାଇଛି । ଏସ୍ବିଆଇ ଇକୋରେପ୍ର ଏକ ରିପୋର୍ଟରୁ ଏହି ଖୁଲାସା ହୋଇଛି ।
ରିପୋର୍ଟ ଅନୁସାରେ ସରକାରଙ୍କ ଏହି ନିଷ୍ପତି କାରଣରୁ କ୍ଷୁଦ୍ର ଚାଷୀମାନଙ୍କ ହାତକୁ ମଧ୍ୟ ଟଙ୍କା ଆସିଛି । କହିରଖୁ ଯେ, ଏସବିଆଇ ‘ଗରିବ ଲୋକଙ୍କ ମଧ୍ୟରେ ମାଗଣା ଶସ୍ୟ ବଣ୍ଟନକୁ କିପରି ପ୍ରଭାବିତ କରୁଛି’ ଉପରେ ଗବେଷଣା ଆରମ୍ଭ କରିଛି । ଏହି ଅନୁସନ୍ଧାନରେ ଅର୍ଥନୈତିକ ଅସମାନତା ଏବଂ କ୍ଷୁଦ୍ର ଚାଷୀଙ୍କ ନିକଟରେ ଟଙ୍କା ପହଞ୍ଚିବା ପ୍ରସଙ୍ଗ ସାମ୍ନାକୁ ଆସିଛି ।
ଏହି ଅନୁସନ୍ଧାନରେ ଏସ୍ବିଆଇ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ)ର ଏକ ରିପୋର୍ଟର ସାହାଯ୍ୟ ନେଇଥିଲା । ଯେଉଁଥିରେ କୁହାଯାଇଥିଲା କି କରୋନା ସମୟରେ ସରକାର ବଣ୍ଟନ କରିଥିବା ମାଗଣା ଖାଦ୍ୟସଶ୍ୟ କାରଣରୁ ଭାରତରେ ଦାରିଦ୍ର୍ୟ ସ୍ତରକୁ ୧ ପ୍ରତିଶତରୁ କମ୍ ଅର୍ଥାତ୍ ପ୍ରାୟ ୦.୮କୁ ଆଣିବାରେ ସାହାଯ୍ୟ କରିଥିଲା । ଦେଶରେ ଏହା ଦାରିଦ୍ର୍ୟର ସର୍ବନିମ୍ନ ସ୍ତର ଥିଲା । ଏସବିଆଇ ଅଧ୍ୟୟନରେ ୨୦ ଟି ରାଜ୍ୟ ପାଇଁ ଜିନି ଇଣ୍ଡେକ୍ସରେ ଚାଉଳ କ୍ରୟ ଅଂଶର ପ୍ରଭାବ ଏବଂ ନଅଟି ରାଜ୍ୟ ପାଇଁ ‘ଗିନି’ ସୂଚକାଙ୍କ ଉପରେ ଗହମ କ୍ରୟ ଅଂଶର ପ୍ରଭାବ ବିଶ୍ଳେଷଣ କରାଯାଇଥିଲା ।
ଗିନି ଇଣ୍ଡେକ୍ସ ସୂଚିତ କରେ ଯେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ଜନସଂଖ୍ୟାରେ ଅର୍ଥନୈତିକ ଅସମାନତାର ଗାଣିତିକ ଉପାୟ ଅଟେ । ଏହି ସୂଚକାଙ୍କ ଜନସଂଖ୍ୟାର ସଦସ୍ୟମାନଙ୍କ ମଧ୍ୟରେ ଆୟ କିମ୍ବା ଧନ ବଣ୍ଟନକୁ ମାପ କରିଥାଏ ।
ଏହି ରିପୋର୍ଟରେ ଏସ୍ବିଆଇ ଏହା ମଧ୍ୟ କହିଛି ଯେ, ଭାରତରେ ବର୍ତ୍ତମାନ ମଧ୍ୟ ଅନେକ ଲୋକଙ୍କର ମୁଖ୍ୟ ଖାଦ୍ୟ ଅଟେ । ତେବେ ଏହାର ଅନୁସନ୍ଧାନ ରିପୋର୍ଟରୁ ଏହା ଜଣା ପଡିଛି ଯେ, ସମ୍ପତ୍ତିର ଅସମାନ ବଣ୍ଟନ ସହିତ ବିଭିନ୍ନ ଜନସଂଖ୍ୟା ଗୋଷ୍ଠୀରେ ଚାଉଳ ଏବଂ ଗହମ କ୍ରୟ ଉପରେ ପ୍ରଭାବ ପକାଇଥିଲା । ଯେଘଉଁଥି ପାଇଁ ସମାଜରେ ଅସମାନତା ହ୍ରାସ ପାଇଛି । ତେବେ ଏହି କ୍ଷେତ୍ରରେ ଆସାମ, ବିହାର, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ଗରିବି ରାଜ୍ୟ ଆଗରେ ରହିଥିଲେ ।
ତେବେ ନିକଟରେ କେନ୍ଦ୍ର ସରକାର ନୂଆ ବର୍ଷ ପୁର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍(ଏନଏଫଏସ୍ଏ) ଅଧିନରେ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ମାଗଣାରେ ଖାଦ୍ୟସଶ୍ୟ ବଣ୍ଟନ କରିବେ । ଯେଉଁଥିରେ ଦେଶର ପ୍ରାୟ ୮୧.୩୫ କୋଟି ଲୋକ ଉପକୃତ ହେବେ ।