fbpx

SBI ଗ୍ରାହକଙ୍କୁ ଝଟକା୍: ୧ ଜୁଲାଇରୁ ବଦଳିଯିବ ଏହି ନିୟମ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ SBIରେ ଯଦି ଆପଣଙ୍କର ଆକାଉଣ୍ଟ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା ୧ ଜୁଲାଇ ୨୦୨୧ରୁ SBI କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ନୂଆ ନିୟମ ଅନୁସାରେ, ଏସବିଆଇ ଗ୍ରାହକଙ୍କୁ ଏଟିଏମରୁ ଟଙ୍କା ଉଠାଣ ଓ ଚେକ୍ ଜରିଆରେ କାରବାର ପାଇଁ ନୂଆ ସର୍ଭିସ ଚାର୍ଜ ଦେବାକୁୁ ପଡ଼ିବ । ଏସବିଆଇର ନୂଆ ନିୟମ ବେସିକ୍ ସେଭିଙ୍ଗ ବ୍ୟାଙ୍କ ଡିପୋଜିଟ୍ ବା BSBD ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ପ୍ରଯୁଜ୍ୟ ।

ତେବେ SBIର ବେସିକ୍ ସେଭିଙ୍ଗ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟ ସମାଜର ଗରୀବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଏହା ବିନା କୌଣସି ଦେୟରେ ସେମାନଙ୍କୁ ସଞ୍ଚୟ କରିବାକୁ ପ୍ରୋତ୍ସାହିତ କରେ । ଏହା ସହ ବିଏସବିଡି ଆକାଉଣ୍ଟକୁ ଜିରୋ ବାଲାନ୍ସ ସେଭିଙ୍ଗ ଆକାଉଣ୍ଟ କୁହାଯାଏ । ଏହି ଆକାଉଣ୍ଟରେ ସର୍ବନିମ୍ନ ବା ସର୍ବାଧିକ ବାଲାନ୍ସର ଆବଶ୍ୟକତା ନାହିଁ ।

ନୂଆ ନିୟମ ଅନୁସାରେ, ଯଦି ବିଏସବିଡି ଗ୍ରାହକ ଏସବିଆଇ ଏଟିଏମ ବା ଅନ୍ୟ ବ୍ୟାଙ୍କର ଏଟିଏମରୁ ୪ ଥରରୁ ଅଧିକ ଥର ଟଙ୍କା ଉଠାନ୍ତି, ତେବେ ସର୍ଭିସ ଚାର୍ଜ ଦେବାକୁ ପଡିବ । ୪ ଥରରୁ ଅଧିକ ଥର କାରବାର ପାଇଁ ସର୍ଭିସ ଚାର୍ଜ ଭାବେ ବ୍ୟାଙ୍କକୁ ୧୫ ଟଙ୍କା ଓ GST ଦେବାକୁ ପଡିବ ।

Get real time updates directly on you device, subscribe now.