fbpx

ତ୍ରୁଟି ବାହାରେ କରି ଜିତିଲେ ୨୨ ଲକ୍ଷ

ନୂଆଦିଲ୍ଲୀ: ପୁଣିଥରେ ଜଣେ ଭାରତୀୟ ନିଜର କୌଶଳ ପ୍ରକାଶ କରି ଦେଶ ପାଇଁ ଆଣିଛନ୍ତି ଗୌରବ । ଅଦିତି ସିଂହ ନାମକ ଜଣେ ୨୦ ବର୍ଷୀୟ ସାଇବର ଆନାଲିଷ୍ଟ ୩୦,୦୦୦ ଡଲାର ବା ପ୍ରାୟ ୨୨ ଲକ୍ଷ ଟଙ୍କାର Microsoft Azure Bug ପୁରସ୍କାର ଜିତିଛନ୍ତି । ତାଙ୍କର ଏହି ବିଜୟକୁ ନେଇ ଅଦିତି କହିଛନ୍ତି ସେ ତାଙ୍କ ଜୀବନର ବଡ଼ ପୁରସ୍କାର ପାଇବାକୁ ଯାଉଛନ୍ତି  ।

ସୂଚନା ଅନୁଯାୟୀ ଅଦିତି Microsoft Azure Cloud ପ୍ଲାଟଫର୍ମରେ ଥିବା ଏକ RCE(ରିମୋଟ କୋଡ ଏକ୍ସିକ୍ୟୁସନ) ବଗ୍ ଖୋଜି ବାହାର କରିଛନ୍ତି, ଏହି ବଗ୍ ଏକ ଗମ୍ଭୀର ପ୍ରଭାବ ପକାଇଥାଏ । ତେବେ ବଗ୍ ର ବିବରଣୀ ସାର୍ବଜନିକ କରାଯାଇନାହିଁ ।

Bug Bounty Haunting ଭାରତରେ ଅନେକ ଇଚ୍ଛୁକ ଟେକ୍ ବିଶେଷଜ୍ଞଙ୍କ ପାଇଁ ଏକ ଭଲ କ୍ୟାରିୟର ବିକଳ୍ପ ଭାବରେ ରହିଆସିଛି । ତେବେ ପୁରସ୍କାର ଜିତିବା ପରେ ଅଦିତି ଖୁସି ପ୍ରକାଶ କରିଛନ୍ତି । ଅଦିତି MapMyIndiaରେ ସାଇବର ସିକ୍ୟୁରିଟି ଆନାଲିଷ୍ଟ ଭାବରେ କାମ କରୁଛନ୍ତି  ।

ସେ କହିଛନ୍ତି ବଗ୍ ବାଉଣ୍ଟିରେ ତାଙ୍କର ଆଗ୍ରହ ଥିଲା । ଏହା ସହ ୟୁଟ୍ୟୁବ ଏବଂ ଗୁଗୁଲ ସାହାଯ୍ୟରେ ସେ ଅଧିକ ଶିଖିଥିଲେ । ସେ କହିଛନ୍ତି ମତେ ପ୍ରାୟ ଏକ ବର୍ଷ ସମୟ ଲାଗିଥିଲା । ସେ ଆହୁରି କହିଛନ୍ତି ବଗ୍ ବାଉଣ୍ଟି ପାଇଁ ଆପଣଙ୍କୁ ଆଇଆଇଟିରେ ପଢ଼ିବା ଦରକାର ନାହିଁ । ଆପଣ ଚାହିଁଲେ ଇଣ୍ଟେରନେଟରୁ ସବୁ ଶିଖିପାରିବେ ।

Get real time updates directly on you device, subscribe now.