fbpx

ସାଥିରେ ଏଟିଏମ୍ କାର୍ଡ ନେବାକୁ ଭୁଲି ଯାଇଥିଲେ ଚିନ୍ତା କରନ୍ତୁନି; ଏବେ ବିନା ଏଟିଏମ୍‌ରେ ଉଠାଇ ହେବ ପଇସା, ଜାଣନ୍ତୁ ପ୍ରୋସେସ୍‌

Advertisement

ନୂଆଦିଲ୍ଲୀ: ଆମ ଦେଶରେ ୟୁପିଆଇ ମାଧ୍ୟମରେ ନେଣଦେଣକୁ ସବୁଠାରୁ ଅଧିକ ପସନ୍ଦ କରାଯାଉଛି । ଏହା ସତ୍ତ୍ୱେ ଆଜି ବି ବହୁ କାମରେ ଡିଜିଟାଲ ପେମେଣ୍ଟ ବଦଳରେ ନଗଦ କ୍ୟାଶ୍‌ର ଆବଶ୍ୟକତା ପଡୁଛି । ଏପରି ସ୍ଥିତିରେ ବହୁ ସମୟରେ ଲୋକଙ୍କ ପାଖରେ କ୍ୟାଶ୍ ନ ଥିବାରୁ ସେମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡୁଛି ।

ଅନଲାଇନ୍ ପେମେଣ୍ଟର ପ୍ରଚଳନ ବଢିଥିବାରୁ ଲୋକମାନେ ନିଜ ସହ କ୍ୟାଶ୍ ନେଇ ବାହାରାକୁ ଯାଉନାହାନ୍ତି । ଏପରି ସ୍ଥିତିରେ ଏଟିଏମରୁ ଆପଣ କ୍ୟାଶ୍ ଆରାମରେ ଉଠାଇପାରିବେ । କିନ୍ତୁ ଯଦି ଆପଣଙ୍କ ପାଖରେ ଏଟିଏମ୍ ନାହିଁ ତେବେ ଆପଣ ସମସ୍ୟାରେ ପଡିଯାଆନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ୟୋନୋ ଆପ୍‌କୁ ୟୁପିଆଇ ସହ ଯୋଡିଛନ୍ତି । ଫଳରେ ଏବେ ଆପଣ ବିନା କ୍ରେଡିଟ୍‌ କାର୍ଡରେ ବି ଏଟିଏମ୍‌ରୁ ପଇସା ଉଠାଇପାରିବେ । ଏହି ପ୍ରକ୍ରିୟାକୁ ଇଣ୍ଟର ପେବଲ୍ କାର୍ଡଲେସ୍ କ୍ୟାଶ୍ ୱିଦଡ୍ରୟାଲ କୁହାଯାଇଥାଏ । ଏହି ଫିଚର ସମସ୍ତ ଏଟିଏମ୍‌ରେ ଉପଲବ୍ଧ ।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଏହି ନୂଆ ଫିଚର ଦ୍ୱାରା ଏଟିଏମ୍ କାର୍ଡ କ୍ଲୋନିଂରେ ହେଉଥିବା ଧୋକାଦାରୀକୁ ରୋକାଯାଇପାରିବ । କିପରି ଏହା କରିବେ ଆସନ୍ତୁ ଜାଣିନେବା ।
-ଆପଣ ପ୍ରଥମେ ନିଜ ଫୋନ୍‌ରେ ୟୋନୋ ଆପ୍ ଓପନ୍ କରନ୍ତୁ ।
-ଏହାପରେ କ୍ୟାଶ୍ ୱିଦଡ୍ରୟାଲ ସେକ୍ସନ ସିଲେକ୍ଟ କରନ୍ତୁ ।
-ଏହାପରେ ଆପଣ ଯେତେ କ୍ୟାଶ୍ ଉଠାଇବାକୁ ଚାହୁଁଛନ୍ତି ସେହି ଆମାଉଣ୍ଟ ଉଲ୍ଲେଖ କରନ୍ତୁ ।
-ଏହାପରେ ଆପଣ ନିଜ ଏଟିଏମ୍ ସିଲେକ୍ଟ କରନ୍ତୁ ।
-ଏବେ ଏକ କ୍ୟୁଆର୍ କୋଡ୍ ଦେଖାଦେବ ଯାହାକୁ ଆପଣ ସ୍କାନ କରନ୍ତୁ ।
-ଏହାପରେ ଆପଣ ନିଜର ୟୁପିଆଇ ଆଇଡି ଓ ୟୁପିଆଇ ପିନ୍ ଦାଖଲ କରନ୍ତୁ ।

Get real time updates directly on you device, subscribe now.