ଯଦି ଆପଣ କାର୍ କି ବାଇକ୍ କିଣିବା ପାଇଁ ଭାବୁଛନ୍ତିି, ତେବେ ଆପଣଙ୍କ ପାଇଁ ଜରୁରୀ ଖବର । ସୁପ୍ରିମକୋର୍ଟଙ୍କ କହିବା ମୁତାବକ, ୩୧ ମାର୍ଚ୍ଚ ୨୦୨୦ ପରେ ବିଏସ୪ ବାହନ ବିକ୍ରି ହେବନାହିଁ । ଏନେଇ ଅଟୋମୋବାଇଲ ଡିଲରଙ୍କ ଆବେଦନ ଖାରଜ କରି ଆଜି କୋର୍ଟ କହିଛନ୍ତି ।
ଯଦି ଆପଣ କୌଣସି କାର୍ କି ବାଇକ୍ କିଣିବାକୁ ଯାଉଛନ୍ତି , ତେବେ ବିଏସ ନମ୍ବରକୁ ନେଇ ଆଲର୍ଟ ରୁହନ୍ତୁ । ଯଦି ୨ୟ ଥର ପାଇଁ କେଉଁ ଗାଡି କିଣୁଛନ୍ତି ତେବେ ବି ବିଏସ ପ୍ରତି ଧ୍ୟାନ ଦିଅନ୍ତୁ । ନହେଲେ ଆପଣଙ୍କୁ ବିଏସ୪ରୁ ବିଏସ-୬ରେ ଅପଗ୍ରେଡ କରିବାକୁ ପଡିପାରେ । ଅପଗ୍ରେଡେସନରେ ୧୦ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ତେବେ ଭାରତରେ ଗାଡି ଇଞ୍ଜିନରୁ ବାହାରୁଥିବା ପ୍ରଦୂଷଣକୁ ବିଏସ ସାହାର୍ଯ୍ୟରେ ମପାଯାଇଥାଏ ।