ପୁନର୍ବାର ହେବନି NEET-UG 2024ର ପରୀକ୍ଷା, ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କଲେ ନିଜ ନିର୍ଦ୍ଦେଶର ସମୀକ୍ଷା ଦାବି ପିଟିସନ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଦିନ ୨ ଅଗଷ୍ଟରେ ନେଇଥିବା ନିଷ୍ପତ୍ତିର ସମୀକ୍ଷା ଦାବିର ପିଟିସନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ପିଟିସନରେ ପୁନର୍ବାର .. ପରୀକ୍ଷାକୁ ଅନୁମତି ଦେବାକୁ ମନା କରିଦେଇଥିଲେ । ସୁପ୍ରିମକୋର୍ଟ ଏହି ମାମଲାକୁ କୋର୍ଟରେ ମଧ୍ୟ ଶୁଣାଣି କରିବାର ଅନୁରୋଧକୁ ଖାରଜ କରିଥିଲେ । ଏହି ପିଟିସନ କାଜଲ କୁମାରୀ ଦାଖଲ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଏହି ପରୀକ୍ଷା ପୁନର୍ବାର ହେବ ନାହିଁ ।
ଭାରତର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଜେ ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ପୀଠ କହିଛନ୍ତି ଯେ, ନିଜ ନିଷ୍ପତ୍ତିରେ କୌଣସି ତ୍ରୁଟି ନାହିଁ । ରେକର୍ଡକୁ ଦେଖି କୌଣସି ତ୍ରୁଟି ସ୍ପଷ୍ଟ ହୋଇନାହିଁ । ସୁପ୍ରିମକୋର୍ଟ ରୁଲ୍ସ ୨୦୧୩ର ନିର୍ଦ୍ଦେଶ XLVII ନିୟମ ୧ ଅନୁଯାୟୀ, ସମୀକ୍ଷା ପାଇଁ କୌଣସି ମାମଲା ସ୍ଥାପନ ହୋଇନାହିଁ । ଏଥିପାଇଁ, ସମୀକ୍ଷା ପିଟିସନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
Supreme Court has dismissed the review petition against judgment refusing to order re-examination for NEET-UG 2024. pic.twitter.com/aE4jJBteX5
— ANI (@ANI) November 6, 2024