fbpx

ସାଂସଦଙ୍କ ଜାଲ ଜାତି ପ୍ରମାଣପତ୍ର ମାମଲାରେ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି, ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ  (ଓଡ଼ିଶା ଭାସ୍କର) : ଅମରାବତୀରୁ ନିର୍ଦଳୀୟ ସାଂସଦ ତଥା ଅଭିନେତ୍ରୀ ନବନୀତ କୌରଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ନବନୀତ କୌରଙ୍କ ଜାତି ପ୍ରମାଣପତ୍ରକୁ ନିରସ୍ତ୍ର କରିବାକୁ ନେଇ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟରୁ । ଏହା ସହିତ ସୁପ୍ରିମକୋର୍ଟରୁ ବିକ୍ଷଙ୍କୁ ନୋଟିସ୍‌ ମଧ୍ୟ ଜାରି ରଖିଛନ୍ତି । ଜଷ୍ଟିସ୍‌ ବିନିତ ଶରଣ ଏବଂ ଜଷ୍ଟିସ୍‌ ଦିନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ନବନୀତ କୌରଙ୍କ ଜାତି ପ୍ରମାଣପତ୍ରକୁ ନିରସ୍ତ୍ର କରିବାକୁ ନେଇ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବା ସହିତ ବିକ୍ଷଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ମାମଲାର ଆଗାମୀ ଶୁଣାଣି ଆସନ୍ତା ଜୁନ ୨୫ ତାରିଖରେ ହେବ ।

ସୂଚନାଯୋଗ୍ୟ ନବନୀତ କୌର ଜାଲ ଜାତି ପ୍ରମାଣ ପତ୍ର ଦେଇ ୨୦୧୯ ନିର୍ବାଚନ ଲଢିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ନବନୀତଙ୍କ ଜାତି ପ୍ରମାଣପତ୍ର ଜାଲ ଦର୍ଶାଇବା ସହ ୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ୬ ସପ୍ତାହ ମଧ୍ୟରେ ଆବଶ୍ୟକୀୟ ସମସ୍ତ ଜାତିଗତ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.