fbpx

KYC ଅପଡେଟ୍ ନାମରେ ସ୍କାମ: ଫୋନରେ ଯଦି ବ୍ୟାଙ୍କ ନାମରେ ମେସେଜ୍ ଆସେ ତେବେ କ’ଣ କରିବେ ?

ନୂଆଦିଲ୍ଲୀ: ବ୍ୟାଙ୍କରେ ଅନେକ ଥର ଆକାଉଣ୍ଟରେ କେୱାଇସି ଡିଟେଲ୍ସ ଅପଡେଟ୍ ନକରିବାରୁ ଆକାଉଣ୍ଟ ବନ୍ଦ ହୋଇଯାଏ । ଏହାର ଫାଇଦା ନେବାକୁ ସାଇବର ଠକମାନେ ଏକ ନୂଆ ଟେକନିକ୍ ଆପଣେଇଛନ୍ତି । ଏଥିରେ ସାଇବର ଠକ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ ଖାତାର କେୱାଇସି ଡିଟେଲ୍ସ ଅପଡେଟ୍ କରିବାକୁ ଚାପ ଦେଇଥାଏ ଏବଂ ତା’ପରେ ଆପଣଙ୍କ ଆକାଉଣ୍ଟକୁ ସଫା କରିଥାଏ ।

ତେବେ କେୱାଇସି ଡିଟେଲ୍ସ ପୂରଣ କରିବାକୁ ବ୍ୟାଙ୍କ କଦାପି ମେସେଜ୍ କିମ୍ବା କଲ କରେ ନାହିଁ । ଯଦି ଏପରି କଲ୍ ଆସେ, ତେବେ ଆପଣ ସତର୍କ ହେବା ଉଚିତ ଏବଂ ନିଜର ବ୍ୟାଙ୍କିଙ୍ଗ୍ ଡିଟେଲ୍ସ ସୁରକ୍ଷିତ କରିବା ଉଚିତ୍ ।

ଠକେଇ ପାଇଁ କିପରି ପ୍ରସ୍ତୁତି କରନ୍ତି?

ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ କେଉଁ ବ୍ୟାଙ୍କର କେଉଁ ବ୍ରାଞ୍ଚରେ ଅଛି, ତାହା ପ୍ରଥମେ ସାଇବର ଠକ ଖୋଜିଥାଏ । ୍ ଯେତେବେଳେ ସେମାନେ ଏ ବିଷୟରେ ଜାଣିବାକୁ ପାଆନ୍ତି, ସେମାନେ କଲ୍ କିମ୍ବା ମେସେଜ୍ ମାଧ୍ୟମରେ ଆପଣଙ୍କ ସହିତ ଯୋଗାଯୋଗ କରନ୍ତି ଏବଂ ଆପଣଙ୍କୁ କୁହନ୍ତି ଯେ କେୱାଇସି ଡିଟେଲ୍ସ ଜମା ନହେବା କାରଣରୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସାମୟିକ ଭାବେ ବନ୍ଦ କରାଯାଉଛି । ଏହା ଶୁଣି ଆପଣ ବିଚଳିତ ହୁଅନ୍ତି ଏବଂ ସେମାନେ ପଚାରିଥିବା ସମସ୍ତ ବିବରଣୀ ସେମାନଙ୍କୁ କହିବା ଆରମ୍ଭ କରନ୍ତି । ଏହାର ଫାଇଦା ଉଠାଇ ସେମାନେ ଆପଣଙ୍କ ଆକାଉଣ୍ଟକୁ ସଫା କରିଦିଅନ୍ତି ।

ବ୍ୟାଙ୍କିଙ୍ଗ୍ ଡିଟେଲ୍ସ ପାଇବା ମାତ୍ରେ ଆକାଉଣ୍ଟ୍ ସଫା ହୋଇଯିବ :-

ସାଇବର ଠକମାନେ ଆପଣଙ୍କ ବ୍ୟାଙ୍କିଙ୍ଗ୍ ବିବରଣୀ ପାଇବା ମାତ୍ରେ ସେମାନେ ଆକାଉଣ୍ଟକୁ ପ୍ରବେଶ କରନ୍ତି ଏବଂ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାନ୍ତି । ତେବେ ଫୋନ୍ କିମ୍ବା ମେସେଜ୍ ମାଧ୍ୟମରେ ବ୍ୟାଙ୍କ କେବେବି କେୱାଇସି ବିବରଣୀ ମାଗେ ନାହିଁ । ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ କଲ୍ ଆସୁଛି, ତେବେ ତୁରନ୍ତ ନିଜ ଶାଖା ସହିତ ଯୋଗାଯୋଗ କରିବା ଉଚିତ୍ ।

ବ୍ୟାଙ୍କଗୁଡିକ ଦ୍ୱାରା ଆଲର୍ଟ ଜାରି :-

କେୱାଇସି ସ୍କାମ ଯୋଗୁଁ ବ୍ୟାଙ୍କଗୁଡିକ ମଧ୍ୟ ଗ୍ରାହକଙ୍କୁ ସମୟ ସମୟରେ ଆଲର୍ଟ ଜାରି କରନ୍ତି । ଯେଉଁଥିରେ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ କେୱାଇସି ବିବରଣୀ ଜାଣିବା ପାଇଁ ବ୍ୟାଙ୍କ କେବେବି କଲ୍ କରେ ନାହିଁ କିମ୍ବା ମେସେଜ୍ କରେ ନାହିଁ । ଯଦି ଆପଣ ଏପରି କଲ୍ ଗ୍ରହଣ କର, ତେବେ ତୁରନ୍ତ ଶାଖା ସହିତ ଯୋଗାଯୋଗ କରିବା ଉଚିତ୍ ।

Get real time updates directly on you device, subscribe now.