fbpx

ସାଇବର ଠକେଇର ନୂଆ ମୋଡ: ବିନା ଓଟିପିରେ ଆକାଉଣ୍ଟରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା!

ନୂଆଦିଲ୍ଲୀ: ସାଇବର ଠକେଇର ଘଟଣା ଲଗାତାର ବଢିବାରେ ଲାଗିଛି । କାହାକୁ ଓଟିପି ସେୟାର ନକରିବା ପାଇଁ ଆମକୁ କୁହାଯାଇଥାଏ । ଯଦି ଆପଣ ଓଟିପି ସେୟାର ନକରି ଆକାଉଣ୍ଟରୁ ଟଙ୍କା ଗାୟବ ହେଇଯାଉଛି ତେବେ ଆପଣ କଣ କରିବେ? ବର୍ତ୍ତମାନ ଟେକନଲୋଜି ବଢିବା ସହ ସାଇବର ଠକେଇର ଢଙ୍ଗ ବଦଳିବାରେ ଲାଗିଛି ।

ଏହି ସାଇବର ଠକେଇରେ ନୂଆଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୫୦ଲକ୍ଷ ଟଙ୍କା କଢାଯାଇଛି । କେବଳ ତାଙ୍କ ମୋବାଇଲକୁ କିଛି ମିସ୍ କଲ ଆସିଥିଲା । ସାଇବର ଦୁର୍ବୃତ୍ତମାନେ ବିନା ଓଟିପିରେ ତାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାସନକୁ ସଫଳ କରିପାରିଛନ୍ତି । ସୂଚନା ଅନୁଯାୟୀ, ଏହି ଘଟଣା ସିକ୍ୟୁରିଟି ସର୍ଭିସର ଡାଇରେକ୍ଟର ପଦବୀରେ ଚାକିରି କରୁଥିବା ଲୋକ ସହ ଏହି ଠକେଇ ହୋଇଛି ।

ସେହି ବ୍ୟକ୍ତିକୁ ସଂଧ୍ୟା ୭ରୁ ୮.୪୫ ପର୍ଯ୍ୟନ୍ତ କିଛି ବ୍ଲାଙ୍କ ମ୍ୟାସେଜ ଏବଂ ମିସ୍ କଲ ଆସିଥିଲା । ସେ ମେସେଜକୁ ତ ଅଣଦେଖା କରିଥିଲେ ହେଲେ ଅନେକ ଥର ଫୋନ ଆସିବାରୁ ସେ ରିସିଭ କରିଥିଲେ । ହେଲେ ସେହି ଫୋନ କଲରେ କେହି କିଛି ଉତ୍ତର ଦେଉନଥିଲେ । ଯେତେବେଳେ ସେ ମୋବାଇଲ ଫୋନର ମେସେଜ ବକ୍ସ ଖୋଲି ଦେଖନ୍ତି ସେତେବେଳେ ତାଙ୍କୁ ଆଚମ୍ବିତ କରିଦେଇଥିଲା । କାରଣ ସେଥିରେ ଆରଟିଜିଏସ୍ ରୁ ୫୦ଲକ୍ଷ ଟଙ୍କାର ଟ୍ରାଜାକ୍ସନ ମେସେଜ ଆସିଛି ।

ଯେଉଁ ବ୍ୟକ୍ତିଙ୍କ ସହ ଏପରି ଘଟିଛି, ସେ କହିଛନ୍ତି ଯେ, ମୁଁ କିଛି ଓଟିପି ସେୟାର କରି ନାହିଁ ହେଲେ ମୋ ଆକାଉଣ୍ଟରୁ ଟଙ୍କା କଟିଯାଇଛି । ପ୍ରଥମେ ସେ ଜାମତାଡାରେ ବସିଥିବା ଅପରାଧୀ ଏଗୁଡା କରିଛନ୍ତି ବୋଲି ସନ୍ଦେହ କରିଛନ୍ତି । ସେ ବ୍ୟବହାରକାରୀଙ୍କୁ ଅଲଗା ଅଲଗା ଉପାୟରେ ଠକୁଛନ୍ତି । ଏଥିରୁ ଆଶଙ୍କା କରାଯାଉଛି, ସାଇବର ସ୍କାମର୍ସ ମାନେ ସିମକୁ ସ୍କାନ କରିଦେଇଥିଲେ ଯାହା ଫଳରେ ସେମାନଙ୍କୁ ଓଟିପିର ଆବଶ୍ୟକତା ପଡିଲା ନାହିଁ ।ପ୍ରକୃତରେ କହିବାକୁ ଗଲେ ଏହି ଦୁର୍ବୁତ୍ତ ମାନେ ଫ୍ରଡ୍ ସିମ ଆକ୍ଟିଭେଟ କରାନ୍ତି । ଏହାପରେ ଯେକୌଣସି ବ୍ୟକ୍ତିଙ୍କ ମୋବାଇ ନମ୍ବରକୁ ନିଜ ଅକ୍ତିଆର କରିଦିଅନ୍ତି । ଏହାର ବ୍ୟବହାର କେବଳ କଲ ଏବଂ ମେସେଜ ରିସିଭ ବା ସେଣ୍ଡ କରିବା ପାଇଁ ହୋଇଥାଏ ।

Get real time updates directly on you device, subscribe now.