ଭଦ୍ରକରେ ଆହୁରି ୨ ଦିନ ବନ୍ଦ ରହିବ ସ୍କୁଲ-କଲେଜ, ଡାଇରିଆକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି
ଯାଜପୁର ପରେ ଭଦ୍ରକରେ ଭୟଙ୍କର ହେଉଛି ଡାଇରିଆ ସ୍ଥିତି।
ଭଦ୍ରକ: ଯାଜପୁର ପରେ ଭଦ୍ରକରେ ମଧ୍ୟ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ। ଭଦ୍ରକରେ ଆଉ ୨ ଦିନ ସ୍କୁଲ ଛୁଟି। ଡାଇରିଆକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। କାରଣ ଦିନକୁ ଦିନ ଜିଲ୍ଲାକୁ ଜିଲ୍ଲା ବ୍ୟାପୁଛି ଡାଇରିଆ।
ଯାଜପୁରରେ ପ୍ରଥମେ ଏବଂ ସର୍ବାଧିକ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଏବେ ଭଦ୍ରକକୁ ମଧ୍ୟ ବ୍ୟାପିଛି ଡାଇରିଆ। ତେଣୁ ଜୁନ୍ ୨୦ରେ ଖୋଲା ହେବାକୁ ଥିବା ଶିକ୍ଷାନୁଷ୍ଠାନ ଯାଜପୁରରେ ଆହୁରି ୪ ଦିନ ଘୁଞ୍ଚାଇଦିଆଯାଇଛି। ଅର୍ଥାତ୍ ଜୁନ୍ ୨୪ ତାରିଖରେ ଯାଜପୁରରେ ଖୋଲିବ ଶିକ୍ଷାନୁଷ୍ଠାନ ସ୍କୁଲ ଓ କଲେଜ।
ସେହିପରି ଡାଇରିଆକୁ ଦୃଷ୍ଟିରେ ରଖି ଭଦ୍ରକରେ ମଧ୍ୟ ୨୦ ତାରିଖରେ ଖୋଲା ହେବାକୁ ଥିବା ସ୍କୁଲ ଓ କଲେଜ ଆସନ୍ତା ଜୁନ୍ ୨୨ ତାରିଖରେ ଖୋଲିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।
ସେହିପରି ଭଦ୍ରକରେ ୨୧ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ । ଡାଇରିଆ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ଅଙ୍ଗନବାଡ଼ି କେନ୍ଦ୍ର, ସମସ୍ତ ସ୍କୁଲ ଓ କଲେଜ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।