fbpx
BSKY SKY
BSKY SKY

ଉପସ୍ଥାନକୁ ନେଇ ସ୍କୁଲରେ ହଙ୍ଗାମା: ଛୁଆଙ୍କ ସାମ୍ନାରେ ଶିକ୍ଷୟିତ୍ରୀଙ୍କୁ ଚପଲରେ ପିଟିଲେ ପ୍ରଧାନଶିକ୍ଷକ, Video ଭାଇରାଲ

BSKY

ନୂଆଦିଲ୍ଲୀ: ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଏ । କିନ୍ତୁ ଗୋଟିଏ ସ୍କୁଲରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପିଲାଙ୍କ ସାମ୍ନାରେ ପ୍ରଧାନଶିକ୍ଷକ ଜଣେ ଶିକ୍ଷୟିତ୍ରୀଙ୍କୁ ଚପଲରେ ମାଡ କାରିଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଯାହାକୁ ପିଟିଲେ, ସେ ଜଣେ ମହିଳା ହୋଇଥିଲେ ବି ପ୍ରଧାନଶିକ୍ଷକ ଟିକେ ବି ଲଜ୍ଜା ଅନୁଭବ କରିନଥିଲେ । ସମସ୍ତଙ୍କ ସାମ୍ନାରେ ଅପମାନର ଶିକାର ହେବା ପରେ ଶିକ୍ଷୟିତ୍ରୀ ମଧ୍ୟ ପ୍ରଧାନଶିକ୍ଷକଙ୍କୁ ଚପଲରେ ମାଡ଼ ମାରିବାକୁ ଚେଷ୍ଟା କରିଥିଲେ । ଏହି ଘଟଣାର କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଏହି ଭିଡିଓ ତୀବ୍ର ଭାବେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଲଖିମପୁରର ସଦର ବ୍ଲକରେ ଥିବା ମହଙ୍ଗୁଖେଡା ପ୍ରାଥମିକ ସ୍କୁଲରେ ଘଟିଛି । ପ୍ରଧାନଶିକ୍ଷକଙ୍କ କାରନାମାରେ ଶିକ୍ଷାମିତ୍ର ସଂଘ ମଧ୍ୟ କ୍ରୋଧିତ ହୋଇ ଧାରଣା ଦେଇଛି ।

କୁହାଯାଉଛି ଯେ ଲଖିମପୁର ସଦର ବ୍ଲକର ମହଙ୍ଗୁଖେଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏକ ଦିନ ପୂର୍ବରୁ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବା ରେଜିଷ୍ଟରରେ ପକାଇଥିଲେ । ପରଦିନ ଯେତେବେଳେ ରେଜିଷ୍ଟରରେ ନିଜକୁ ଅନୁପସ୍ଥିତ ଥିବା ଦେଖି ପ୍ରଧାନଶିକ୍ଷକଙ୍କ ପାଖକୁ ଯାଇଥିଲେ ଶିକ୍ଷୟିତ୍ରୀ । ତାଙ୍କ ଅଭିଯୋଗ ଶୁଣି ପ୍ରଧାନଶିକ୍ଷକ ରାଗିଯାଇଥିଲେ ଓ ପିଲାଙ୍କ ସାମ୍ନାରେ ଶିକ୍ଷୟିତ୍ରୀଙ୍କୁ ଚପଲରେ ପିଟିଥିଲେ । ଘଟଣା ଏବେ ପୋଲିସ ନିକଟରେ ପହଞ୍ଚିଛି ।

Get real time updates directly on you device, subscribe now.