Breaking: କାଲିଠୁ ସବୁ ସ୍କୁଲ ବନ୍ଦ, ୨୬ ତାରିଖରେ ପିଲାଯିବେ ବିଦ୍ୟାଳୟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ସ୍କୁୂଲ ଛୁଟି । ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେଲେ ଜିଲ୍ଲାପାଳ ।

୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ।

ପଶ୍ଚିମ ଓଡ଼ିଶାରେ ଆଜି ଦିନର ତାପମାତ୍ରା ୪୪ ଡିଗ୍ରୀ ପାର୍ କରିଥିଲା । ଆଗାମୀ ଦିନରେ ତାପମାତ୍ରାର ବଢ଼ିବା ନେଇ ଆଶଙ୍କା କରାଯାଉଥିବାବେଳେ ଜିଲ୍ଲାପାଳ ଜିଲ୍ଲାର ସବୁ ସ୍କୁଲ ବନ୍ଦ କରାଯିବାର ନିଷ୍ପତ୍ତି ନେଇଛନ୍ତି ।